ଭୁବନେଶ୍ବର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଦାବି ଗୁଡିକ ପୂରଣ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା ଭୃଗୁବକ୍ସି ପାତ୍ର।
ଶିକ୍ଷା ଓ ଦକ୍ଷତା ବିକାଶ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀରେ ସାକ୍ଷାତ କରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଦାବି ଗୁଡିକ ପୂରଣ ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା ଭୃଗୁବକ୍ସି ପାତ୍ର। ଚିକିଟି ନିର୍ବାଚନମଣ୍ଡଳୀରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଓ ବ୍ରହ୍ମପୁର ସହରର ବର୍ଦ୍ଧିତ ଜନସଂଖ୍ୟା ଅନୁଯାୟୀ ଉପଯୁକ୍ତ ଶିକ୍ଷା ବ୍ୟବସ୍ଥାର ଅଭାବ ପୂରଣ ପାଇଁ ବ୍ରହ୍ମପୁର ସହରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରାଯାଇଛି। ଏହା ସହ ମୋହନା ଠାରେ ଜଙ୍ଗଲଜାତ ଦ୍ରବ୍ୟଗୁଡିକର ପ୍ରକ୍ରିୟାକରଣ ଏକକ ସ୍ଥାପନ ସହ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଦାବି କରାଯାଇଛି।

ସୂଚନାଥାଉକି, ଗତ ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ବିଜେପି ନେତା ତଥା ରାଜ୍ୟ ବିଜେପିର ଉପସଭାପତି ଭୃଗୁବକ୍ସି ପାତ୍ର । ଏହି ନିର୍ବାଚନରେ ବିଜେପି ବିଜେଡି ଠାରୁ ପରାଜିତ ହୋଇ ଦ୍ବିତୀୟ ସ୍ଥାନରେ ରହିଛି । ଗଞ୍ଜାମରେ ବିଜେପି ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ବିଜେପି ନିଜର କାର୍ଯ୍ୟକ୍ରମ ଜାରି ରଖିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଂଙ୍ଖୁଆ,ଇଟିଭି ଭାରତ