ETV Bharat / city

ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଘଟଣା: ବ୍ରହ୍ମପୁର ଏସପିଙ୍କ ତନାଘନା

author img

By

Published : Feb 1, 2022, 9:10 PM IST

ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ପରିସରରେ ଗତକାଲି ରାତି ସମୟରେ ସନ୍ତୋଷ ସାମନ୍ତରା ଓରଫ କାଳିଆ ଆତ୍ମହତ୍ୟା କରିବା ଘଟଣାକୁ ଗୁରୁତର ସହ ନେଇଛି ବ୍ରହ୍ମପୁର ପୋଲିସ । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୁତ୍ୟୁ ହୋଇଛି । ଅଧିକ ପଢନ୍ତୁ

golanthara police station youth self immolation investigation going on
ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଘଟଣା: ବ୍ରହ୍ମପୁର ଏସପିଙ୍କ ତନାଘନା

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ପରିସରରେ ଗତକାଲି ରାତି ସମୟରେ ସନ୍ତୋଷ ସାମନ୍ତରା ଓରଫ କାଲିଆ ଆତ୍ମହତ୍ୟା କରିବା ଘଟଣାକୁ ଗୁରୁତର ସହ ନେଇଛି ବ୍ରହ୍ମପୁର ପୋଲିସ । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୁତ୍ୟୁ ହୋଇଛି । ରଣ୍ଢା ଗାଁର ଏହି ଯୁବକ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରଥମେ ଥାନା ପରିସରକୁ ଆସି ନିଜ ଜୀବନ ପ୍ରତି ବିପଦ ଥିବା ପୋଲିସକୁ କହିଥିଲେ ।

ଏହା ପରେ ଥାନା ଅଧିକାରୀ ଯୁବକଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପାଇଁ କହିଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ଥାନା ବାହାରକୁ ଆସି କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଥାନା ମଧ୍ୟକୁ ଦୌଡିଥିଲା । ଏହି ସମୟରେ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ଜଣେ ପୋଲିସ ଏସଆଇ ମଧ୍ୟ ଆହତ ହୋଇଥିବା ବ୍ରହ୍ମପୁର ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଯୁବକଙ୍କ ଜଣକ କିଭଳି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ପୋଲିସର ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ଥାନା ପରିସରରେ ଥିବା ସିସିଟିଭି ଫୁଟେଜ ସହ ଏହି ଘଟଣାର ବିଭିନ୍ନ ବିଷୟକୁ ସାଇଣ୍ଟିଫିକ ଟିମ୍ ସହ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ କରୁଛନ୍ତି । ଯୁବକଙ୍କ ମୁତ୍ୟୁ ପରେ ତାଙ୍କ ମୃତଦେହକୁ ନେଇ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯାଇଛି ।

ଅନ୍ୟପଟେ ଗୋଳନ୍ଥରା ଥାନାରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ଅନୁଧ୍ୟାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.