ବ୍ରହ୍ମପୁର: ‘ସାଂସଦ ମୋତେ ବାଡେଇ ନାହାଁନ୍ତି । ଖାଲି ଗାଲ ଛୁଇଁ କହିଲେ, ତାଙ୍କଠୁ ନେଇଯାଅ । ସାଂସଦ ମୋ ସଂପର୍କୀୟ । ସେ ମୋ ବଡଭାଇ ସଦୃଶ’, ବୋଲି ନୂତନ ଭାବେ ବିଜେଡିରେ ଯୋଗ ଦେଇଥିବା ସଂଗ୍ରାମ ସାହୁ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡିରେ ବିଜେଡ଼ି ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ଯୁବକଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓ ଭାଇରାଲ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭିଡିଓରେ ରହିଥିବା ସଂପୃକ୍ତ ଯୁବକ ସଂଗ୍ରାମ କେଶରୀ ସାହୁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ