ବ୍ରହ୍ମପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବ୍ରହ୍ମପୁର ମହାନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ମହାନଗର ସଭାପତି ଭାବରେ କୃଷ୍ଣମୂର୍ତ୍ତୀ ଦାସ ଓ ମହାନଗର ସମ୍ପାଦକ ଭାବରେ ଦେବାଶିଷ ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି ।
ସହରର ରାମହରି ନଗର ସରସ୍ବତୀ ଶିଶୁ ମନ୍ଦିରଠାରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଏବିଭିପିର ପୂର୍ବତନ ରାଜ୍ୟ ସଭାପତି ତଥା ଶିକ୍ଷାବିତ୍ ରମେଶ ଚନ୍ଦ୍ର ତ୍ରୀପାଠି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଶିବ ପ୍ରସାଦ ତ୍ରିପାଠୀ , ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ଏହି ସମ୍ମିଳନୀରେ ପ୍ରତ୍ୟେକ କ୍ୟାମ୍ପସରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଏଥିରେ ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଦର୍ଶ ଉପରେ ଉପସ୍ଥାପନା କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ