ETV Bharat / city

ରେଶମ ସହର ଛାତ୍ରଙ୍କ କମାଲ, ତିଆରି କଲେ ଇ-ସାଇକେଲ - iti student invent e-cycle

ଏହି ସାଇକେଳକୁ ଜଣେ 3 ଘଣ୍ଟା ରିଚାର୍ଜ କରି ୨୨ କିଲୋମିଟର ଯାତ୍ରା କରିପାରିବ । ଏହି ସାଇକେଲକୁ ତିଆରି କରିବାକୁ ଖର୍ଚ୍ଚ ହେଉଛି ମାତ୍ର 6 ହଜାର ଟଙ୍କା ।

e-cycle
3 ଘଣ୍ଟା ରିଚାର୍ଜ କରି ୨୨ କିଲୋମିଟର
author img

By

Published : Jan 16, 2020, 3:33 AM IST

ବ୍ରହ୍ମପୁର: କମ ଖର୍ଚ୍ଚରେ ତିଆରି ହେଲା ଇ-ସାଇକେଲ । କିଛି ନୂଆ କରି କରିବାକୁ ଇଚ୍ଛା କରି ଇଣ୍ଟରନେଟର ସହାୟତାରେ ଇ-ସାଇକେଲ ତିଆରି କରିଛନ୍ତି ବ୍ରହ୍ମପୁର ସହରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର । କଲେଜ ଶିକ୍ଷକଙ୍କ ପରାମର୍ଶ କ୍ରମେ ତିଆରି କରିଛନ୍ତି ଇ-ସାଇକେଲ ।

ଆଇଟିଆଇ ଛାତ୍ରଙ୍କ ଇ-ସାଇକେଲ

ରେଶମୀ ସହରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଛାତ୍ର ଆଦିତ୍ୟ ବେହେରାଙ୍କ କୃତିତ୍ବ । ଶିକ୍ଷାନୁଷ୍ଠାନର ଫିଟର ବିଭାଗରେ ଅଧ୍ୟୟନ କରୁଥିବା ଆଦିତ୍ୟ ବେହେରା ନିଜର ଦୁଇ ଶିକ୍ଷକଙ୍କ ପ୍ରେରଣାରେ ତିଆରି କରିଛନ୍ତି ଇ-ସାଇକେଲ । ଯାହାକୁ ତିଆରି କରିବାକୁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଥିବାବେଳେ ଏହି ସାଇକେଲକୁ ଜଣେ 3 ଘଣ୍ଟା ରିଚାର୍ଜ କରି ୨୨ କିଲୋମିଟର ଯାତ୍ରା କରିପାରିବ ।

ଏପରିକି ଏହି ଇ-ସାଇକେଲ ଘଣ୍ଟାପ୍ରତି ୩୦ ରୁ ୩୫ କିଲୋମିଟର ଗତିରେ ଯାଇପାରିବ ବୋଲି କହିଛନ୍ତି ଆଦିତ୍ୟ । ଏହି ସାଇକେଲକୁ ତିଆରି କରିବାକୁ ଖର୍ଚ୍ଚ ହେଉଛି ମାତ୍ର 6 ହଜାର ଟଙ୍କା । ଏହି ସାଇକେଲରେ ଲାଗିଛି ଏକ୍ସିଲେରେଟର ଓ ଡାଇନାମୋ ସହ ଗୋଟିଏ ମୋଟର ।

ଏହି ଇ-ସାଇକେଲ ମୁଖ୍ୟତଃ ବାୟୁମଣ୍ଡଳକୁ ସଂପୂର୍ଣ୍ଣ ପ୍ରଦୂର୍ଷଣ ମୁକ୍ତ କରିବ । ସେ ଆଗାମୀ ଦିନରେ ଏଭଳି ଏକ ଚାରି ଚକିଆ ଯାନ ତିଆରି କରିବାର ଲକ୍ଷ୍ୟ ରଖିଥିବା ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ତେବେ ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ପାଇବାରୁ ଏଥିରୁ ନିର୍ଗତ ଧୂଆଁରୁ ପ୍ରଦୂଷଣର ମାତ୍ରା ମଧ୍ୟ ବଢି ବଢି ଚାଲିଛି । ଯାହାକୁ ରୋକିବା ସହ କମ ଖର୍ଚ୍ଚରେ ଏଭଳି ଇ-ସାଇକେଲ ତିଆରି କରିଛନ୍ତି ଆଦିତ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ।

Intro:ବ୍ରହ୍ମପୁର ସହରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଜଣେ ବିଦ୍ୟାର୍ଥୀଙ୍କ କୃତିତ୍ବ ।ଶିକ୍ଷାନୁଷ୍ଠାନର ଫିଟର ବିଭାଗରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ଆଦିତ୍ୟ ବେହେରା ନିଜର ଦୁଇ ଶିକ୍ଷକଙ୍କ ପ୍ରେରଣାରେ ଗୋଟିଏ ଦିନ ଉଦ୍ୟମ କରି ତିଆରି କରିଛନ୍ତି ଇ ସାଇକେଲ ।ଯାହାକି ଏହି ଇ-ସାଇକେଲ ମାଧ୍ୟମରେ ଜଣେ ତିନି ଘଣ୍ଟା ଏହି ସାଇକେଲର ବ୍ୟାଟେରୀ କୁ ରିଚାର୍ଜ କରି ୨୨ କିଲୋମିଟର ଯାତ୍ରା କରିପାରିବ ।ଏପରିକି ଏହି ଇ ସାଇକେଲ ଘଣ୍ଟା ପ୍ରତି ୩୦ ରୁ ୩୫ କିଲୋମିଟର ଗତିରେ ଯାଇପାରିବ ବୋଲି କହିଛନ୍ତି ଏହାକୁ ତିଆରି କରିଥିବା ବିଦ୍ୟାର୍ଥୀ ଜଣଙ୍କ ।ମୁଖ୍ୟତଃ ଏହା ସଂପୂର୍ଣ୍ଣ ପ୍ରଦୂର୍ଷଣ ମୁକ୍ତ ରହିଥିବା ବେଳେ ବିଦ୍ୟାର୍ଥୀ ଜଣଙ୍କ ଇଣ୍ଟରନ୍ୟାଟ ରେ ଦେଖିବା ପରେ ଏହାକୁ ନେଇ ଶିକ୍ଷାନୁଷ୍ଠାନର ଦୁଇ ଶିକ୍ଷକ ଙ୍କ ସହ ଆଲୋଚନା କରି ଅଧ୍ୟକ୍ଷ ସହ ଆଲୋଚନା କରିବା ପରେ ଏଭଳି ଇ ସାଇକେଲ କରାଯାଇଥିବା ବେଳେ ଆଗାମୀ ଦିନରେ ଏଭଳି ଏକ ଚାରି ଚକିଆ ଯାନ ତିଆରି କରିବାର ଯୋଜନା ରଖିଥିବା ଇଟିଭି ଭାରତ କୁ ସୂଚନା ଦେଇଛନ୍ତି ବିଦ୍ୟାର୍ଥୀ ଜଣଙ୍କ ।Body:ବାଇଟ୍-ଆଦିତ୍ୟ ବେହେରା (ବିଦ୍ୟାର୍ଥୀ,ସରକାରୀ ଆଇ.ଟି.ଆଇ,ବ୍ରହ୍ମପୁର)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.