ETV Bharat / city

Cyclone Jawad: ଜୱାଦ ଆସିବା ପୂର୍ବରୁ ଅଶାନ୍ତ ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ

author img

By

Published : Dec 1, 2021, 9:09 AM IST

ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର (Low pressure Area) ବାତ୍ୟାର ରୂପ ନେବ । ଏନେଇ ସତର୍କ କରାଇଛନ୍ତି ଆଇଏମ୍‌ଡି ଡିଜି। ଏହି ସୂଚନା ମିଳିବା ପରେ ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀମାନେ (Fisherman) ଚିନ୍ତାରେ ପଡି ଯାଇଛନ୍ତି । ଅଧିକ ପଢନ୍ତୁ

ବାତ୍ୟା ଜୱାଦ ନେଇ ସୂଚନା ପରେ ଚିନ୍ତାରେ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଆସୁଛି ବାତ୍ୟା ଜୱାଦ (Cyclone Jawad) । ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର (Low pressure Area) ବାତ୍ୟାର ରୂପ ନେବ । ଏନେଇ ସତର୍କ କରାଇଛନ୍ତି ଆଇଏମ୍‌ଡି ଡିଜି। ତେବେ ସୂଚନା ମିଳିବା ପରେ ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀମାନେ (Fisherman) ଚିନ୍ତାରେ ପଡି ଯାଇଛନ୍ତି ।

ସମ୍ଭାବ୍ୟ ବାତ୍ୟା 'ଜୱାଦ' ନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଡିସେମ୍ବର ୨ ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଏନେଇ ସତର୍କ ସୂଚନା ଆସିବା ପରେ ଚିନ୍ତିତ ହୋଇ ପଡିଛନ୍ତି ଗୋପାଳପୁର ସମୁଦ୍ର ବେଳାଭୂମିରେ ରହୁଥିବା ମତ୍ସ୍ୟଜୀବୀ ।

ଡିସେମ୍ବର ୪ ତାରିଖ (ଶନିବାର) ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ । ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ପବନ ହେବ। ୨ ତାରିଖ ସୁଦ୍ଧା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତ ରୂପ ନେବ । ଏହା ପର ୨୪ ଘଣ୍ଟା ରେ ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ବା ସାମୁଦ୍ରିକ ଝଡ ରେ ପରିଣତ ହେବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.