ETV Bharat / city

Tapaswini-Sumit marital discord: SDJM କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ, ଜିଲ୍ଲା କୋର୍ଟ ଗଲେ ସୁମିତ

author img

By

Published : Dec 17, 2021, 7:54 PM IST

Updated : Dec 17, 2021, 8:08 PM IST

ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ଏକାଠି ରହିବା ଘଟଣା । ବ୍ରହ୍ମପୁର SDJM କୋର୍ଟଙ୍କ ପୂର୍ବ ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟ ଗଲେ ସୁମିତ । ଅଧିକ ପଢନ୍ତୁ

Berhampur Couple Saga: ଆଜି ଆସିବ ରାୟ, ପୂର୍ବ ରାୟକୁ ନେଇ କୋର୍ଟରେ ସୁମିତଙ୍କ ଓକିଲ

ବ୍ରହ୍ମପୁର: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ଏକାଠି ରହିବା ଘଟଣା । ବ୍ରହ୍ମପୁର SDJM କୋର୍ଟଙ୍କ ପୂର୍ବ ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟ ଗଲେ ସୁମିତ । ଏପଟେ SDJM କୋର୍ଟଙ୍କ ନିର୍ଦ୍ଦେଶକୁ ସୁମିତଙ୍କ ଅବମାନନା ଘଟଣାରେ ଦିଆଯାଇଥିବା ପିଟିସନର ରାୟ ଆଜି (ଶୁକ୍ରବାର) ପ୍ରକାଶ ପାଇବ ।

Tapaswini-Sumit marital discord: SDJM କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ, ଜିଲ୍ଲା କୋର୍ଟ ଗଲେ ସୁମିତ

ତପସ୍ଵିନୀ ଓ ସୁମିତ ବିବାଦ ମାମଲାର କୋର୍ଟରେ ଶୁଣାଣି ରହିଥିବା ବେଳେ ୨ଟି ମାମଲାର ଆଜି କୋର୍ଟରେ ଶୁଣାଣି ହୋଇଥିଲା । ସେପଟେ ଉଭୟ ତପସ୍ଵିନୀ ଓ ସୁମିତ କୋର୍ଟରେ ହାଜର ହୋଇନଥିବା ବେଳେ ଉଭୟଙ୍କ ଓକିଲ ନିଜ ନିଜର ପକ୍ଷ ରଖିଥିଲେ।

ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଓ ଭଡା ଘର ନୁହେଁ ବରଂ ସୁମିତ ତାଙ୍କୁ ନିଜ ଘରେ ରଖିବାକୁ ନେଇ ଏକ ପିଟିସନ ଦାଖଲ କରିଥିଲେ ତପସ୍ବିନୀ । ଏହି ୨ଟି ପିଟିସନର ଆଜି ଶୁଣାଣି ରହିଥିଲା । ସେପଟେ ପୂର୍ବରୁ ତଳ କୋର୍ଟ ରାୟକୁ ଅପିଲ କରିବା ସହ ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ସୁମିତଙ୍କ ଓକିଲ ଜିଲ୍ଲା କୋର୍ଟଙ୍କୁ ଅନୁରୋଧ କରିଥିବା କହିଛନ୍ତି ।

ଏହା ବି ପଢନ୍ତୁ: Berhampur Couple Saga: ଆଜି ପିଟିସନର ଶୁଣାଣି, କୋର୍ଟରେ ପହଞ୍ଚିଲେ ତପସ୍ବିନୀ

ତେବେ ଜିଲ୍ଲା କୋର୍ଟ ତଳ କୋର୍ଟର ରାୟକୁ ସ୍ଥଗିତ ନ କରି ଆସନ୍ତା 27 ତାରିଖରେ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ସୁମିତଙ୍କ ଆଇନଜୀବୀ । ଅନ୍ୟପଟେ ସୁମିତ ମାସିକ ଦେଢ ଲକ୍ଷ ଟଙ୍କା ଦରମା ପାଉଥିବା ବେଳେ ତପସ୍ବିନୀଙ୍କୁ ନିଜ ଘରକୁ ନେବା ପର୍ଯ୍ୟନ୍ତ ତପସ୍ଵିନୀଙ୍କୁ ମାସିକ 50 ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି କୋର୍ଟରେ ଦାବି କରିଛନ୍ତି ତପସ୍ବିନୀଙ୍କ ଓକିଲ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 17, 2021, 8:08 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.