ETV Bharat / city

ବିଶ୍ୱ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ ବ୍ରହ୍ମପୁର ପୁଅର କମାଲ, ସେନାବାହିନୀରେ କାର୍ଯ୍ୟ କରିବା ସହ ଜାରି ଥିଲା ଅଭ୍ୟାସ - ସ୍ବତନ୍ତ୍ର ରିପୋର୍ଟ ନ୍ୟୁଜ

ପିଲାଟି ଦିନରୁ ବଡ଼ି ବିଲ୍ଡିଂ ପ୍ରତି ରହିଥିଲା ତାଙ୍କର ଦୁର୍ବଳତା । ହେଲେ ପରିବାରର ମୁଖ୍ୟ ବାପା ପରିବା ବିକ୍ରି କରୁଥିଲେ । ବଡ଼ ଭାଇ ବଡ଼ି ବିଲ୍ଡିଂ ପ୍ରଶିକ୍ଷଣ ପାଇଁ ନିୟମିତ ଯାଉଥିବାବେଳେ ତାହାକୁ ଦେଖି ସାନ ଭାଇର ମଧ୍ୟ ଏଥିପ୍ରତି ଅନେକ ଆଗ୍ରହ ରହିଥିଲା । ଅଧିକ ପଢନ୍ତୁ

ବିଶ୍ୱ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ ବ୍ରହ୍ମପୁର ପୁଅର କମାଲ

author img

By

Published : Nov 30, 2021, 3:50 PM IST

ବ୍ରହ୍ମପୁର: ପିଲାଟି ଦିନରୁ ବଡ଼ି ବିଲ୍ଡିଂ ପ୍ରତି ରହିଥିଲା ତାଙ୍କର ଅହେତୁକ ଦୁର୍ବଳତା । ହେଲେ ପରିବାରର ମୁଖ୍ୟ ବାପା ପରିବା ବିକ୍ରି କରୁଥିଲେ । ବଡ଼ ଭାଇ ବଡ଼ି ବିଲ୍ଡିଂ ପ୍ରଶିକ୍ଷଣ ପାଇଁ ନିୟମିତ ଯାଉଥିବାବେଳେ ତାହାକୁ ଦେଖି ସାନ ଭାଇର ମଧ୍ୟ ଏଥିପ୍ରତି ଅନେକ ଆଗ୍ରହ ରହିଥିଲା । ପରିବାରର ସ୍ଥିତି ଭଲ ନଥିଲା । ଦୃଢ ମନୋବଳ ତାଙ୍କୁ ଦେଇଥିଲା ଗୋଟିଏ ପରେ ଗୋଟିଏ ସୁଯୋଗ । ଯାହା ତାଙ୍କୁ ପଛକୁ ଫେରିବାକୁ ଦେଇ ନଥିଲା । ଆମେ କହୁଛି ବିଶ୍ୱ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ (world bodybuilding competitions) ବ୍ରହ୍ମପୁର ମାଟିର ପୁଅ ଅର୍ଜୁନ ସାହୁଙ୍କ କମାଲର କଥା । ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟରତ ଏହି ଓଡିଆ ପୁଅ ନିଜର ପରିଶ୍ରମ ଓ ଉଦ୍ୟମରେ ପାଇଛନ୍ତି ସ୍ୱର୍ଣ୍ଣ ପଦକ । ଯାହାକୁ ନେଇ ସେନା ବାହିନୀ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାବେଳେ ନିଜ ହୋମ୍ ସିଟିରେ ମଧ୍ୟ କରାଯାଇଛି ଅନେକ ପ୍ରଶଂସା ।

ବିଶ୍ୱ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ ବ୍ରହ୍ମପୁର ପୁଅର କମାଲ, ସେନାବାହିନୀରେ କାର୍ଯ୍ୟ କରିବା ସହ ଜାରି ଥିଲା ଅଭ୍ୟାସ

ଅର୍ଜୁନଙ୍କ ଘର ବ୍ରହ୍ମପୁର ସହରର ପାଣିଗ୍ରାହୀ ପେଣ୍ଠ ସାହିରେ । ଆଗାମୀ ଦିନରେ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ସହ ଅର୍ଜୁନ ପୁରସ୍କାର ହାସଲ କରିବା ଲକ୍ଷ୍ୟ ରଖିଛନ୍ତି । ବଡ଼ ଭାଇଙ୍କ ବଡ଼ି ବିଲ୍ଡିଂ ପ୍ରଶିକ୍ଷଣକୁ ଦେଖି ଅର୍ଜୁନ ଏଥିପ୍ରତି ଆଗ୍ରହୀ ହୋଇଥିଲେ । ପରିବାରରେ ବାପାଙ୍କ ସ୍ୱଳ୍ପ ଆୟ ଓ ବଡ଼ି ବିଲ୍ଡିଂରେ ଡାଏଟ ପାଇଁ ଅଧିକ ଖର୍ଚ୍ଚ ହେଉଥିବାରୁ ଦୁଇ ଭାଇ ଏକାଥରେ ବଡ଼ି ବିଲ୍ଡିଂରେ କ୍ୟାରିୟର କରିବା ସମ୍ଭବ ପର ହୋଇପାରିନଥିଲା । ଏଣୁ ସାନ ଭାଇ ପାଇଁ ଖେଳରୁ ଅବ୍ୟାହତି ନେଇଥିଲେ ବଡ଼ଭାଇ ମଦନ ।

ବିଦ୍ୟାଳୟ ସ୍ତରରେ ୨୦୦୨ ମସିହାରେ ସପ୍ତମ ପଢୁଥିବା ସମୟରେ ବ୍ରହ୍ମପୁର ଷ୍ଟାଡିୟମ କ୍ରୀଡା ଛାତ୍ରାବାସ ପାଇଁ ବଡ଼ି ବିଲ୍ଡିଂରେ ଚୟନ ହୋଇଥିଲେ । ଏହାପରେ ଅର୍ଜୁନ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଥିଲେ । ବଡ଼ି ବିଲ୍ଡିଂ କ୍ରୀଡ଼ାରେ ସଫଳତା ପାଇଁ ୨୦୧୦ରେ ସେନାବାହିନୀରେ ଯବାନ ଭାବେ ନିଯୁକ୍ତି ମିଳିଥିଲା । ୨୦୧୫ ପର୍ଯ୍ୟନ୍ତ ବଡ଼ି ବିଲ୍ଡିଂ କ୍ରୀଡ଼ାରେ ପ୍ରତିନିଧିତ୍ବ କରୁଥିବାବେଳେ ସେଠାରେ ଟ୍ରେନିଂ ଦେଉଥିବା ପ୍ରଶିକ୍ଷକ ତାଙ୍କ ସୁନ୍ଦର ସ୍ଵାସ୍ଥ୍ୟ ଦେଖି ବଡ଼ି ବିଲ୍ଡିଂ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରାଇଥିଲେ । ଏହା ପରଠାରୁ ସର୍ଭିସେସ୍ ପାଇଁ ପ୍ରତିନିଧିତ୍ଵ କରି ଜାତୀୟ,, ଆର୍ନ୍ତଜାତୀୟ ଓ ବିଶ୍ୱ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ଅର୍ଜୁନଙ୍କ ଏଭଳି ସଫଳତାକୁ ନେଇ ପରିବାର ବର୍ଗଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ସହରର କ୍ରୀଡାବିତ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଉଜବେକିସ୍ତାନରେ ହୋଇଥିବା ବିଶ୍ୱ ବଡ଼ି ବିଲ୍ଡିଂ ପ୍ରତିଯୋଗିତାର ୫୫ କେ.ଜି ବର୍ଗରେ ଏଭଳି ସଫଳତା ଆଣିଛନ୍ତି ଓଡିଆ ପୁଅ ଅର୍ଜୁନ (Berhampur Boy Arjun) । ଭାରତୀୟ ସୈନ୍ୟବାହିନୀର ବିହାର ରେଜିମେଣ୍ଟର ଯବାନ ଭାବେ କାର୍ଯ୍ୟ କରୁଥିବା ଅର୍ଜୁନଙ୍କ ଏଭଳି ସଫଳତା ମିଳିବା ପରେ ଏବେ ସବୁଠି ଖୁସିର ମାହୋଲ । ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟରତ ଏହି ଓଡିଆ ପୁଅ ନିଜର ପରିଶ୍ରମ ଓ ଉଦ୍ୟମରେ ସ୍ୱର୍ଣ୍ଣ ପଦକ ହାତେଇବା ପରେ ସେନା ବାହିନୀ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହା ପରେ ନିଜ ହୋମ୍ ସିଟିରେ ପହଞ୍ଚିବା ପରେ ସହରବାସୀ ନିଜ ମାଟି ପୁଅର ଏଭଳି ସଫଳତା ପାଇଁ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଦେଶର ରକ୍ଷାକାରୀ ଭାବରେ କର୍ତ୍ତବ୍ୟ ସମ୍ପାଦନା କରିବା ସହିତ ନିଜର ବଡ଼ି ବିଲ୍ଡିଂ ପ୍ରତିଯୋଗିତା ପାଇଁ ଅନେକ ସମୟ ଦେଉଥିଲେ । ନିୟମିତ ଭାବରେ ସିକନ୍ଦରାବାଦସ୍ଥିତ ଏସି ସେଣ୍ଟର ଆର୍ମି ଏନ୍‌ଡି ବଡ଼ି ବିଲ୍ଡିଂ ଟିମ୍‌ରେ ପ୍ରଶିକ୍ଷଣ ନେଉଥିଲେ । ଅଭ୍ୟାସ ଜାରି ରଖିଥିଲେ । ଅର୍ଜୁନଙ୍କ ବଡ଼ି ବିଲ୍ଡିଂରେ ରୀତିମତ ଅଭ୍ୟାସ, ଧୈର୍ଯ୍ୟ ଓ ଖାଦ୍ୟପେୟର ଯତ୍ନ ନେବାର ଆବଶ୍ୟକ ରହିଥିବାବେଳେ ଏହି ସବୁ କ୍ଵାଲିଟି ଅର୍ଜୁନଙ୍କଠାରେ ଥିବାରୁ ସେ ଆଗାମୀ ଦିନରେ ଆହୁରି ଅନେକ ସଫଳତା ମିଳିବା ନେଇ ଆଶା ରଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.