ETV Bharat / city

ନାଚିଲେ ଗାଇଲେ ପାଠ ପଢ଼ାଇଲେ - ପିଲାଙ୍କୁ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କରିବା ନେଇ ନୂଆ ତରିକା

ପିଲାଙ୍କୁ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କରିବା ନେଇ ନୂଆ ତରିକା । କିପରି ପାଠପଢ଼ାଇଲେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ସେଥିପାଇଁ ଅଙ୍ଗନବାଡ଼ି ଦିଦି ଆପଣାଇଛନ୍ତି ଭିନ୍ନ ଶୈଳୀ । ଅଧିକ ପଢ଼ନ୍ତୁ

ନାଚିଲେ ଗାଇଲେ ପାଠ ପଢ଼ାଇଲେ
ନାଚିଲେ ଗାଇଲେ ପାଠ ପଢ଼ାଇଲେ
author img

By

Published : Aug 1, 2022, 11:24 AM IST

ବ୍ରହ୍ମପୁର: ନୃତ୍ୟ ଓ ଗୀତର ତାଳେ ତାଳେ ବିଦ୍ୟାର୍ଥୀଙ୍କୁ ପାଠ ପଢାଇଲେ ଦୁଇ ଅଙ୍ଗନବାଡ଼ି କର୍ମୀ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ର ସେକ୍ଟର-୫ ରେ କାର୍ଯ୍ୟରତ ଅଙ୍ଗନବାଡ଼ି ଦିଦି ଗୀତାଞ୍ଜଳି ଲେଙ୍କା ଓ ସେକ୍ଟର-୨ର କାର୍ଯ୍ୟରତ ଦିଦି ରାଜଲକ୍ଷ୍ମୀ ସ୍ବାଇଁ ଶିଶୁ ମାନଙ୍କୁ ନିଜ କେନ୍ଦ୍ର ପ୍ରତି ଅଧିକ ଆକୃଷ୍ଟ କରାଇବା ପାଇଁ ଏଭଳି ନିଆରା ଢଙ୍ଗରେ ପାଠ ପଢ଼ାଉଛନ୍ତି ।

ନାଚିଲେ ଗାଇଲେ ପାଠ ପଢ଼ାଇଲେ

ଉଭୟ କର୍ମୀ ନୃତ୍ୟ ଓ ଗୀତର ତାଳେ ତାଳେ କୁନି ବିଦ୍ୟାର୍ଥୀଙ୍କୁ ପାଠ ପଢାଇବାର ଭିଡିଓ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କରିବା ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଛୋଟ ଶିଶୁମାନଙ୍କୁ ବିଦ୍ୟାଳୟ ଆଗମନ ଓ ଉତ୍ସାହ ଜନ୍ମାଇବା ପାଇଁ ଗାଁ ଗହଳିରେ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରେ ବର୍ତ୍ତମାନ ବିଭିନ୍ନ ଖେଳଣା ଠାରୁ ଆରମ୍ଭ କରି ପାଠ୍ୟ ଉପକରଣ ସହାୟତାରେ ପାଠ ପଢ଼ାଯାଉଛି ।

ଏହି ସମୟରେ ଏଭଳି ନାଚଗୀତର ତାଳେ ତାଳେ କୁନି ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଉଥିବା ନଜର ଆସିଛି । ତେବେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିବାରୁ ଉଭୟ ଅଙ୍ଗନବାଡ଼ି କର୍ମୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.