ETV Bharat / city

କୋଭିଡ ଗାଇଡଲାଇନ ଉଲ୍ଲଂଘନ, ବ୍ରହ୍ମପୁରର 3 କୋଚିଂ ସେଣ୍ଟରରେ ଝୁଲିଲା ତାଲା - କୋଚିଂ ସେଣ୍ଟର ସିଲ

କୋଭିଡ ନିୟମ ଉଲ୍ଲଂଘନ । ବ୍ରହ୍ମପୁରର 3 କୋଚିଂ ସେଣ୍ଟର ସିଲ କଲା ବ୍ରହ୍ମପୁର ନିଗମ । ଅଧିକ ପଢନ୍ତୁ..

BeMC Authorities Seal Coaching Centre In Barhmpur
କୋଭିଡ ଗାଇଡଲାଇଲ ଉଲଙ୍ଘନ , କୋଚିଂ ସେଣ୍ଟର ସିଲ ବ୍ରହ୍ମପୁର ନିଗମ
author img

By

Published : Apr 26, 2021, 11:08 PM IST

ବ୍ରହ୍ମପୁର: ରାଜ୍ୟରେ ଉପର ମୁହାଁ ରହିଛି କୋରୋନା ଗ୍ରାଫ । ବଢି ଚାଲିଛି ସଂକ୍ରମଣ । କୋରୋନା ଉପରେ ଲଗାମ ଲଗାଇବାକୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ସରକାର । ଏପରିକି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ଆଉଏଭଳି ସମୟରେ ଘରୋଇ କୋଚିଂ ସେଣ୍ଟରଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଧେଶ ମଧ୍ୟ ଦିଆଯାଇଥିଲା । ହେଲେ ସରକାରୀ ନିୟମକୁ ଉଲ୍ଲଂଘନ କରି ବ୍ରହ୍ମପୁର ସହରରେ ଚାଲିଥିବା ତିନୋଟି ଘରୋଇ କୋଚିଂ ସେଣ୍ଟରକୁ ସିଲ କରିଛି ପ୍ରଶାସନ ।

BeMC Authorities Seal Coaching Centre In Barhmpur
କୋଭିଡ ଗାଇଡଲାଇଲ ଉଲଙ୍ଘନ , କୋଚିଂ ସେଣ୍ଟର ସିଲ ବ୍ରହ୍ମପୁର ନିଗମ

ପ୍ରଶାସନ ପକ୍ଷରୁ କୋଚିଂ ସେଣ୍ଟରରେ ଚଢାଉ କରାଯାଇଥିଲା । ଅଫ୍ ଲାଇନ୍ ମାଧ୍ୟମରେ କୋଚିଂ ସେଣ୍ଟରରେ ପାଠ ପଢାଯାଉଥିବା ନେଇ 3ଟି ସେଣ୍ଟରକୁ ସିଲ୍ କରିଛି ମହାନଗର ନିଗମର ଏନଫୋରସମେଣ୍ଟ ଟିମ୍ ।

କୋଭିଡ ଗାଇଡଲାଇଲ ଉଲ୍ଲଂଘନ , ବ୍ରହ୍ମପୁରର 3 କୋଚିଂ ସେଣ୍ଟରରେ ଝୁଲିଲା ତାଲା

ହିଲପାଟଣା ତୃତୀୟ ଲାଇନରେ ରହିଥିବା ଗେଟ୍ ପଏଣ୍ଟ , କେ.କେ.ଗ୍ରାଉଣ୍ଡ ନିକଟରେ ରହିଥିବା ଭିବେକ ଟ୍ୟୁଟରିଆଲ ଏବଂ କମସ ପ୍ଲେସକୁ ସିଲ କରାଯାଇଥିବା ବ୍ରହ୍ମପୁରର କମିଶନର ସିଦ୍ଧେଶ୍ବର ବଳୀରାମ ବନ୍ଦୋର ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.