ETV Bharat / city

ଅଧିକ ଚିକିତ୍ସା ପାଇଁ ଶିବଶଙ୍କର ଏମକେସିଜିକୁ ସ୍ଥାନାନ୍ତରିତ - MKCG hospital for better treatment

ତତଲା କଡେଇରେ ପଡି ଗୁରୁତର ହୋଇଥିବା ଶିବଶଙ୍କରକୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କର ଅଧିକ ଚିକିତ୍ସା କରାଯିବ । ଅଧିକ ପଢନ୍ତୁ...

ଅଧିକ ଚିକିତ୍ସା ପାଇଁ ଶିବଶଙ୍କର ଏମକେସିଜିକୁ ସ୍ଥାନାନ୍ତରିତ
author img

By

Published : Nov 19, 2019, 10:19 AM IST

ବ୍ରହ୍ମପୁର: ତେଲ କଡେଇରେ ପଡି ଗୁରୁତର ହୋଇଥିବା ଶିବଶଙ୍କରକୁ ଅଧିକ ଚିକିତ୍ସା ପାଇଁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରୁ ଅଧିକ ଚିକିତ୍ସା ପାଇଁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ଦିଆଯାଇଛି ।

ଅଧିକ ଚିକିତ୍ସା ପାଇଁ ଶିବଶଙ୍କର ଏମକେସିଜିକୁ ସ୍ଥାନାନ୍ତରିତ

ଗତ ୧୫ ଦିନ ଧରି ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ଶିବଶଙ୍କର । ତେବେ ସେ ଜୀବନ ବଞ୍ଚାଇବା ପାଇଁ କିଭଳି ସଂଗ୍ରାମ ଜାରି ରଖିଛନ୍ତି ସେହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପର ପ୍ରକାଶ କରିଛି । ଏଭଳି ସ୍ଥିତିରେ ଶିବଶଙ୍କରଙ୍କୁ ତାଙ୍କ ପତ୍ନୀ ପର କରିଦେଇ ଚାଲିଯିବା ପରେ ସହାୟତା ପାଇଁ ଆଗକୁ ଆସିଛନ୍ତି କିଛି ଯୁବକ । ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ଆର୍ଥିକ ସହୟତା ଯୋଗାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର ଏକ ହୋଟେଲରେ କାର୍ଯ୍ୟ କରୁଥିବା ସମୟରେ ତତଲା ତେଲ କଡେଇରେ ପଡିଯାଇଥିଲେ ଶିବଶଙ୍କର । ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ନଗର ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ହେଲେ ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()-ତେଲ କଡେଇରେ ପଡି ଗୁରୁତ୍ତର ହୋଇଥିବା ଶିବ ଶଙ୍କର ଙ୍କୁ ଶେଷରେ ଅଧିକ ଚିକିତ୍ସା କରିବା ପାଇଁ ବ୍ରହ୍ମପୁର ନଗର ଚିକିତ୍ସାଳୟ ରୁ ଏମ୍.କେ.ସି.ଜି କୁ କରାଯାଇଛି ସ୍ଥାନାନ୍ତର । ଜିଲ୍ଲା ସ୍ୱାସ୍ଥ ବିଭାଗ ପକ୍ଷରୁ ଚିକିତ୍ସିତ ଶିବ ଶଙ୍କର ଙ୍କୁ ଆମ୍ୱୁଲାନ୍ସ ଯୋଗେ ଏମ୍.କେ.ସି.ଜି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଆବଶ୍ୟକିୟ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି । ଗତ ୧୫ ଦିନ ଧରି ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଶିବ ଶଙ୍କର ଙ୍କ ଜୀବନ ବଞ୍ଚାଇବା ପାଇଁ କିଭଳି ସଂଗ୍ରାମ ଜାରି ରଖିଛନ୍ତି ସେହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି ଏବଂ ବିଭିନ୍ନ ମହଲରେ ଘଟଣାକୁ ଅଧିକ ଗୁରୁତ୍ତ୍ୱ ଦିଆଯାଇଛି ।
ବାଇଟ୍-ଆର୍.କୁରମେୟା(ଅଧିକ୍ଷକ,ନଗର ଚିକିତ୍ସାଳୟ-ବ୍ରହ୍ମପୁର)
ବାଇଟ୍-ଶିବ ଶଙ୍କର ମିଶ୍ର(ଚିକିତ୍ସାଧିନ ଯୁବକ)
()-ଅନ୍ୟପଟେ ଶିବ ଶଙ୍କର ଙ୍କ ଏଭଳି ପରିସ୍ଥିତିରେ ପରିବାର ବର୍ଗ ଙ୍କ ଠାରୁ ଆରମ୍ଭ କରି ନିଜର ବିବାହ କରିଥିବା ପତ୍ନୀ ଛାଡି ଚାଲିଯାଇଥିବାରୁ ସେ ଏକାକୀ ଜୀବନ ବିତାଉଥିବାରୁ ଏହି ଘଟଣା ଜଣାପଡିବା ପରେ ଅସହାୟ ଯୁବକ କୁ ସହାୟତା କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସହାୟତାର ହାତ ବଢାଇଛନ୍ତି । ଏମ୍.କେ.ସି.ଜି ରେ ଶିବ ଶଙ୍କର ଙ୍କୁ ସାକ୍ଷାତ କରି ତାର ସ୍ୱାସ୍ଥବସ୍ଥାରେ ସୁଧାର ଆସିବା ପର୍ଯ୍ୟନ୍ତ ସହଯୋଗ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ଏପରିକି ସମସ୍ତେ ଶିବ ଶଙ୍କରଙ୍କ ଆରୋଗ୍ୟ କାମନ୍ନା କରିବା ସହ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରାଯାଇଛି ।
ବାଇଟ୍-ପିଣ୍ଟୁ ଜେନା(ସଦସ୍ୟ-ଆର୍.ଜେ ଫ୍ୟାନ୍ କ୍ଲବ)
ବାଇଟ୍-ସନ୍ତୋଷୀନି ବେହେରା(ବ୍ରହ୍ମପୁର ବାସିନ୍ଦା)
Body:()-ଗଜପତି ଜିଲ୍ଲାର ଏକ ହୋଟେଲ ରେ କାର୍ଯ୍ୟ କରୁଥିବା ସମୟରେ ତତଲା ତେଲ କଡେଇରେ ପଡିଯାଇଥିବା ଏହି ଶିବ ଶଙ୍କର ଙ୍କୁ ପରିବାର ବର୍ଗ ପର କରିଦେଇଥିବା ବେଳେ ତାର ଚିକିତ୍ସା ପାଇଁ ଗୋଟିଏ ପଟେ ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି ମାନେ ଘଟଣାକୁ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ଅନ୍ୟପଟେ ଏଭଳି ଅସହାୟ ଯୁବକ ଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ମହଲରୁ ସହଯୋଗର ହାତ ବଢୁଥିବା ବେଳେ କେତେକ ସ୍ୱେଚ୍ଛାସେବୀ ସଂସ୍ଥା ଆଗେଇ ଆସିଛନ୍ତି ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.