ETV Bharat / city

ଏମକେସିଜିରେ ଜନ୍ମ ନେଲା ବିରଳ ଶିଶୁ, ଶୁଣନ୍ତୁ କ’ଣ କହିଲେ ଡାକ୍ତର

author img

By

Published : Apr 22, 2021, 9:23 PM IST

ଏମକେସିଜି ମେଡିକାଲରେ ଏକ ବିଚିତ୍ର ତଥା ବିରଳ ଶିଶୁ ଜନ୍ମ ହୋଇଥିବା ଦେଖାଯାଇଛି । ମୁଖ୍ୟତଃ ଏହିଭଳି ଶିଶୁ ଜନ୍ମ ହେବା କ୍ଷଣି ବହୁ କମ୍ ସମୟ ମଧ୍ୟରେ ମୃତ୍ୟୁ ଘଟିଥାଏ । ଅଧିକ ପଢନ୍ତୁ...

ଏମକେସିଜିରେ ଜନ୍ମ ନେଲା ବିରଳ ଶିଶୁ, ଏନ୍.ଏନ୍.ସି.ୟୁରେ ଚାଲିଛି ଚିକିତ୍ସା

ବ୍ରହ୍ମପୁର: ଏମକେସିଜି ମେଡିକାଲରେ ଏକ ବିଚିତ୍ର ତଥା ବିରଳ ଶିଶୁ ଜନ୍ମ ହୋଇଥିବା ଦେଖାଯାଇଛି । ଶିଶୁଟି ଗତକାଲି ଜନ୍ମ ହୋଇଥିବା ବେଳେ ଏହା ଏକ କନ୍ୟା ସନ୍ତାନ ଏବଂ ତାହାର ଓଜନ 2 କେଜି ବୋଲି କୁହାଯାଇଛି । ପ୍ରାୟ ପାଞ୍ଚ ଲକ୍ଷ ଶିଶୁଙ୍କ ମଧ୍ୟରେ ଏହିଭଳି ଏକ ଶିଶୁ ଜନ୍ମ ହୋଇଥାଏ । ଏଭଳି ଶିଶୁକୁ ଡାକ୍ତରୀ ଭାଷାରେ ହାର୍ଲିକୁଇନ୍ ଇକଥୋଷିସ ରୋଗ ବୋଲି କୁହାଯାଏ । ମୁଖ୍ୟତଃ ଏହିଭଳି ଶିଶୁ ଜନ୍ମ ହେବା କ୍ଷଣି ବହୁ କମ୍ ସମୟ ମଧ୍ୟରେ ମୃତ୍ୟୁ ଘଟିଥାଏ । ହେଲେ ଏମକେସିଜିରେ ଜନ୍ମ ହୋଇଥିବା ଶିଶୁଟି ଜୀବିତ ରହିଥିବା ବେଳେ ଶିଶୁଟିକୁ ଏମ୍.କେ.ସି.ଜି ମେଡିକାଲର ଏସ୍.ଏନ୍.ସି.ୟୁ ବିଭାଗରେ ଡାକ୍ତରୀ ଟିମ୍ ତାର ଚିକିତ୍ସା ଜାରି ରଖିଛନ୍ତି ।

ମୁଖ୍ୟତଃ ଏହି ରୋଗରେ ଶିଶୁଟିର ଆଖି, ନାକ, ପାଟି ଓ ମଳଦ୍ବାରକୁ ଛାଡିଦେଲେ ସାରା ଶରୀରରେ ମୋଟା ଚର୍ମ ଶରୀରର ଚାରିପଟେ ଜମା ହୋଇ ରହିଥାଏ । ଏହା ଏକ ଚର୍ମ ରୋଗର ସିଭିୟର ଫୋରମ୍ ବୋଲି କହିଛନ୍ତି ଏମ୍.କେ.ସି.ଜି ମେଡିକାଲର ଶିଶୁ ରୋଗ ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ସୁନୀଲ ଅଗ୍ରୱାଲ । ଇଟିଭି ଭାରତକୁ ସୂଚନା ଦେବା ଅବସରରେ ସେ ତାଙ୍କ ଅଭିଜ୍ଞତାର ଗତ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ବିରଳ ଶିଶୁଙ୍କୁ ଦେଖିଥିବା କହିବା ସହ ପୂର୍ବରୁ କଲୋଡିଆନ୍ ଶିଶୁକୁ ଦେଖିଥିଲେ । ଏପରିକି ଏହି ଶିଶୁକୁ ଏଲ୍.ବି.ଡାବ୍ଲୁ (ଲୋ ବାର୍ଥ ୱାର୍ଡ )ଶିଶୁ ବୋଲି କୁହାଯାଏ । ବିରଳ ଶିଶୁଙ୍କ ସମ୍ପର୍କରେ କ’ଣ କହୁଛନ୍ତି ବରିଷ୍ଠ ଶିଶୁ ରୋଗ ଚିକିତ୍ସକ ଆସନ୍ତୁ ଶୁଣିବା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.