ETV Bharat / city

ବିଜେଡି ନେତା ଓ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ, 4 ଅଭିଯୁକ୍ତ ଗିରଫ - ବିଜେଡି ନେତା ଓ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ

ଦିଗପହଣ୍ଡି ଥାନା ଅନ୍ତର୍ଗତ କରପଡା ଓ ଦେଖାଳି ଗ୍ରାମରେ ଗତ 6 ତାରିଖରେ ହୋଇଥିବା ବିଜେଡି ନେତା ଓ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜଣେ ନାବାଳକ ସମେତ 4ଜଣଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ ।

berhampur latest crime news, Attempt to murder a bjd minister and businessman, accussed arrested in attempt to murder case, ହତ୍ୟା ଉଦ୍ୟମରେ 4 ଅଭିଯୁକ୍ତ ଗିରଫ, ବିଜେଡି ନେତା ଓ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ, ବ୍ରହ୍ମପୁର ଲାଟେଷ୍ଟ ଅପରାଧ ଖବର
ବିଜେଡି ନେତା ଓ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ, 4 ଅଭିଯୁକ୍ତ ଗିରଫ
author img

By

Published : Dec 16, 2019, 5:27 AM IST

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ କରପଡା ଓ ଦେଖାଳି ଗ୍ରାମରେ ଗତ 6 ତାରିଖରେ ହୋଇଥିବା ବିଜେଡି ନେତା ଓ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜଣେ ନାବାଳକ ସମେତ 4ଜଣଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଗିରଫ କରିବା ସହ ସମ୍ପୃକ୍ତ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ବିଜେଡି ନେତା ଓ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ, 4 ଅଭିଯୁକ୍ତ ଗିରଫ

ଅଭିଯୁକ୍ତମାନେ ହେଲେ ଶିବ ପ୍ରଧାନ(20), ରଞ୍ଜିତ ପ୍ରଧାନ(19), କୁନା ପ୍ରଧାନ(19) । ଏଥିସହ ଘଟଣାରେ ଜଣେ ନାବାଳକର ସଂପୃକ୍ତ ଥିବା ନେଇ ମଧ୍ୟ ସୂଚନା ମିଳିଛି । ଖବର ଅନୁଯାୟୀ ଗିରଫ ଯୁବକମାନେ ଗତ 6 ତାରିଖ ଦିନ ପ୍ରଥମେ ଦେଖାଳି ଗ୍ରାମର କୃଷ୍ଣ ସାହୁଙ୍କ ଉପରେ ଆକ୍ରମଣ କରିଥିଲେ । ପରେ କରପଡା ଗ୍ରାମର ବିଜୟ କୁମାର ସେଠୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।

ଏନେଇ ଉଭୟ ପରିବାର ପକ୍ଷରୁ କେ.ନୂଆଗାଁ ଥାନାରେ ଏତଲା ହୋଇଥିଲା । ଏନେଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆନ୍ଧ୍ରପ୍ରଦେଶରୁ ବ୍ରହ୍ମପୁର ଆସୁଥିବା ବସ ଉପରେ ଅଚାନକ ଚଡାଉ କରି 4 ଜଣଙ୍କୁ କାବୁ କରିଥିଲେ। ସମ୍ପୃକ୍ତ ଚଡାଉ ସମୟରେ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ନିର୍ଦ୍ଦେଶକ୍ରମେ ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ସମେତ ଉଭୟ ଥାନାର ପୋଲିସ କର୍ମଚାରୀ ସହଯୋଗ କରିଥିଲେ।

ଏନେଇ ଦିଗପହଣ୍ଡି ଥାନା ଏବଂ କେ.ନୂଆଗାଁ ଥାନାରେ ରୁଜୁ ହୋଇଥିବା ପୃଥକ ପୃଥକ ଦୁଇଟି ମାମଲା ଆଧରରେ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବଳକକୁ ବାଳ ସୁଧାର ଗୃହକୁ ପଠାଯାଇଛି । ଅନ୍ୟପଟେ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ଥିବା ଯୋଗୁଁ ପୋଲିସର ଖୋଳତାଡ ଜାରି ରହିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅର୍ନ୍ତଗତ କରପଡା ଓ ଦେଖାଳି ଗ୍ରାମରେ ଗତ ୬ ତାରିଖ ଦିନ ହୋଇଥିବା ବିଜେଡି ନେତା ଓ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ଭଳି ଆକ୍ରମଣ କରାଯିବା ମାମଲାରେ ଦିଗପହଣ୍ଡି ପୋଲିସ ଜଣେ ନାବାଳକ ସମେତ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ମାନଙ୍କ ମଧ୍ୟରେ ଶିବ ପ୍ରଧାନ (୨୦) , ରଜିତ ପ୍ରଧାନ (୧୯) , କୁନା ପ୍ରଧାନ (୧୯) ଓ ଜଣେ ନାବାଳକ ସଂପୃକ୍ତ ଥିବା ସୂଚନା ମିଳିଛି । ଗିରଫ ଯୁବକ ମାନେ ଗତ ୬ ତାରିଖ ଦିନ ପ୍ରଥମେ ଦେଖାଳି ଗ୍ରାମର କୃଷ୍ଣ ସାହୁଙ୍କ ଉପରେ ଆକ୍ରମଣ କରିଥିଲେ ପରେ କରପଡା ଗ୍ରାମର ବିଜୟ କୁମାର ସେଠୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏନେଇ ଉଭୟ ପରିବାର ପକ୍ଷରୁ କେ. ନୂଆଗାଁ ଥାନାରେ ଏତଲା ହୋଇଥିବା ବେଳେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଆନ୍ଦ୍ରପ୍ରଦେଶରୁ ବ୍ରହ୍ମପୁର ଆସୁଥିବା ବସ ଉପରେ ଅଚାନକ ଚଡାଉ କରି ଚାରି ଜଣଙ୍କୁ କାବୁ କରିଥିଲେ। ଉକ୍ତ ଚଡାଉ ସମୟରେ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ନିର୍ଦ୍ଦେଶକ୍ରମେ ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ସମେତ ଉଭୟ ଥାନାର ପୋଲିସ କର୍ମଚାରୀ ସହଯୋଗ କରିଥିଲେ। ଏ ନେଇ ଦିଗପହଣ୍ଡି ଥାନା ଏବଂ କେ. ନୂଆଗାଁ ଥାନା ରୁଜ ହୋଇଥିବା ପୃଥକ ପୃଥକ ଦୁଇଟି ମାମଲା ଗିରଫ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବଳକ କୁ ବାଳ ସୁଧାର ଗୃହ କୁ ପଠାଯାଇଥିବା ବେଳେ ଏହି ମାମଲାର ମାଷ୍ଟର ମାଇଣ୍ଡ ଫେରାର ଥିବା ଯୋଗୁଁ ପୋଲିସର ଖୋଳତାଡ଼ ଜାରି ରହିଛି।

Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.