ETV Bharat / city

ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡକୁ ଚିକିତ୍ସା କରାଇଲେ ପଶୁପ୍ରେମୀ - monkey rescue

ବ୍ରହ୍ମପୁର ସହରର କିଛି ପଶୁପ୍ରେମୀ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଏକ ମାଙ୍କଡକୁ ଉଦ୍ଧାର କରି ତାର ଚିକିତ୍ସା କରାଇଛନ୍ତି । ଅଧିକ ପଢନ୍ତୁ...

ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡକୁ ଚିକିତ୍ସା କରାଇଲେ ପଶୁପ୍ରେମୀ

author img

By

Published : Nov 16, 2020, 2:47 AM IST

ବ୍ରହ୍ମପୁର: ବିଭିନ୍ନ ସମୟରେ ସମାଜରେ ପଶୁ ପ୍ରତି ମାନବ ଅତ୍ୟାଚାରର ଖବର ସାମ୍ନାକୁ ଆସୁଥିବା ବେଳେ ବ୍ରହ୍ମପୁରରେ ଗୋଟିଏ ଆହତ ମାଙ୍କଡକୁ ଚିକିତ୍ସା କରାଇଛନ୍ତି ପଶୁପ୍ରେମୀ । ସହରର କିଛି ପଶୁପ୍ରେମୀ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଏକ ମାଙ୍କଡକୁ ଉଦ୍ଧାର କରି ତାର ଚିକିତ୍ସା କରାଇଛନ୍ତି ।

ବ୍ରହ୍ମପୁର ସହର ଗାନ୍ଧୀନଗର ପ୍ରଥମ ଲାଇନରେ ବିଦ୍ୟୁତ ଆଘାତରେ ଛଟପଟ ହେଇ ପଡିରହିଥିବା ଏକ ମାଙ୍କଡ । ସ୍ଥାନୀୟ ଅଞ୍ଚଳରେ ରହିଥିବା ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ମାଙ୍କଡଟି ତଳେ ପଡି ଛଟପଟ ହେଉଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳର ପଶୁପ୍ରେମୀ କାହ୍ନୁ ସାହୁଙ୍କ ସହ ତାଙ୍କ ସହଯୋଗୀ ମନୋରଞ୍ଜନ ନାୟକ, ସ୍ବାଧିନ ସାହୁ ପହଞ୍ଚି ପଶୁ ଚିକିତ୍ସା ପାଇଁ ନିୟୋଜିତ ଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଖବର ଦେଇ ଟ୍ରାନ୍ସଫରମର ପରିସରରୁ ମାଙ୍କଡଟିକୁ ଉଦ୍ଧାର କରିଥିଲେ ।

ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡକୁ ଚିକିତ୍ସା କରାଇଲେ ପଶୁପ୍ରେମୀ

ପଶୁ ଚିକିତ୍ସକ ସୌମିକ ସ୍ବାଇଁ ଏବଂ ତାଙ୍କ ସହଯୋଗୀଙ୍କ ଦ୍ବାରା ଚିକିତ୍ସା କରାଇବା ପରେ ମାଙ୍କଡଟିକୁ ସେହି ସାହିରେ ଥିବା ଏକ ନିର୍ମାଣାଧିନ କୋଠାରେ ଛଡାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.