ETV Bharat / city

ସରକାରୀ ଚାକିରୀ ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ, ଜଣେ ଗିରଫ

author img

By

Published : Apr 27, 2021, 7:38 AM IST

ରେଳବାଇରେ ଚାକିରୀ ଦେବା ନାମରେ ଦେଢ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୁଷୁଣ୍ଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ସରକାରୀ ଚାକିରୀର ପ୍ରଲୋଭନ ଦେଖାଇ ଟଙ୍କା ଠକେଇର ଅଭିଯୋଗ । ଅଧିକ ପଢନ୍ତୁ...

ସରକାରୀ ଚାକିରୀ ଦେବା ନାରେ ଟଙ୍କା ଠକେଇ ଅଭିଯୋଗ, ଜଣେ ଗିରଫ

ବ୍ରହ୍ମପୁର: ରେଳବାଇରେ ଚାକିରୀ ଦେବା ନାମରେ ଦେଢ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ ଭୁଷୁଣ୍ଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ଶେରଗଡ଼ ଥାନା ଅଣ୍ଡିରା ସିଂ ଅଞ୍ଚଳର ମୋହନ ମଲ୍ଲିକ ସରକାରୀ ଚାକିରୀ କରାଇଦେବି କହି ୨୦୨୦ ଜାନୁଆରୀ ୧୦ତାରିଖରେ ଟଙ୍କା ନେଇଥିଲେ । ପରେ ଟଙ୍କା ଫେରାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଶେଷରେ ଏକ ଚେକ୍ ପ୍ରଦାନ କରିଥିବାବେଳେ ତାହା ବାଉନ୍ସ୍ ହୋଇଥିଲା ।

ପରବର୍ତ୍ତୀ ସମୟରେ ଯୁବକ ଜଣକ ବିଭିନ୍ନ ମିଥ୍ୟା ପ୍ରତିଶୃତି ଦେବା ପରେ ମହିଳା ଜଣଙ୍କ ଯୁବକ ଉପରେ ସନ୍ଦେହ କରି ନିଜ ସ୍ବାମୀଙ୍କ ସହ ଦିଗପହଣ୍ଡି ଥାନା ପହଞ୍ଚି ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା ଦିଗପହଣ୍ଡି ପୋଲିସ । ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.