ବ୍ରହ୍ମପୁର: ସହରରେ ଅନୁଷ୍ଠିତ ହେବାକୁ ଯାଉଛି ଅଖିଳ ଭାରତ କିଷାନ ମଜଦୁର ସଭାର ସର୍ବଭାରତୀୟ ସାଧାରଣ ପରିଷଦ ଅଧିବେଶନ । ଆସନ୍ତା ଜୁଲାଇ 30 ଓ 31 ଦୁଇ ଦିନ ଧରି ବ୍ରହ୍ମପୁରରେ ଆୟୋଜନ କରିବାକୁ ସ୍ଥିର କରାଯାଇଛି ।
ଏହି ଅଧିବେଶନରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ 2ଶହ ଚାଷୀ ନେତା ଏଠାରେ ଯୋଗଦାନ କରି ଦେଶର କ୍ରମ ବର୍ଦ୍ଧମାନ କୃଷି ସଙ୍କଟ, ସରକାରଙ୍କ ନୀତି ତଥା ଭବିଷ୍ୟତର କୃଷକ ଆନ୍ଦୋଳନ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟରେ 2 ଦିନ ଧରି ଆଲୋଚନା କରିବେ ।
ଏହି ଜାତୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସହରର ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଏଆଇକେଏମଏସ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ