ETV Bharat / city

Agnipath Protest Effect: ବ୍ରହ୍ମପୁରରେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ

author img

By

Published : Jun 18, 2022, 4:39 PM IST

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ପ୍ରମୁଖ ରେଳଷ୍ଟେସନ ପରିସରରେ ଭଙ୍ଗାରୁଜା ପରେ ବ୍ରହ୍ମପୁର ଷ୍ଟାସନରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ଦେଶର ବିଭିନ୍ନ ରେଳ ଷ୍ଟେସନରେ ହିଂସା ପରେ ବ୍ରହ୍ମପୁରରେ କଡା ସୁରକ୍ଷା ବ୍ୟବସ୍ଥା

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ପ୍ରମୁଖ ରେଳଷ୍ଟେସନ ପରିସରରେ ଭଙ୍ଗାରୁଜା ସାଙ୍ଗକୁ ପୋଡାଜଳା କରାଯିବା ପରେ ପ୍ରମୁଖ ରେଳଷ୍ଟେସନଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ଆଜି(ଶନିବାର) ବ୍ରହ୍ମପୁରର ରେଳଷ୍ଟେସନ ସମ୍ମୁଖରେ ରହିଥିବା ସମସ୍ତ ପ୍ରବେଶ ପଥକୁ ସିଲ କରାଯିବା ସହ ଗୋଟିଏ ପଟେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି ।

ବିଭିନ୍ନ ରେଳ ଷ୍ଟେସନରେ ହିଂସା ପରେ ବ୍ରହ୍ମପୁରରେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ

ଏପରିକି ଷ୍ଟେସନ ପରିସରକୁ କେବଳ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ କରିଥିବା ବ୍ୟକ୍ତି ବିଶେଷଙ୍କୁ ହିଁ ଯିବାକୁ ଅନୁମତି ଥିବାବେଳେ ବିନା ଟିକେଟରେ ଅନୁମତି ଦିଆଯାଉନାହିଁ । ଏପରିକି ପ୍ଲାର୍ଟଫର୍ମ ଟିକେଟ ବିକ୍ରି ବନ୍ଦ କରାଯାଇଛି । ଅନ୍ୟପଟେ ବିକ୍ଷୋଭକୁ ଦୃଷ୍ଟିରେ ରଖି କେତେକ ଟ୍ରେନକୁ ବାତିଲ କରାଯାଇଛି । ଷ୍ଟେସନ ପରିସରରେ ଆର୍.ପି.ଏଫ୍, ଜି.ଆର୍.ପିର ଅଧିକାରୀ ଓ କର୍ମଚାରୀମାନ, ରେଳ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ମିଳିତ ଭାବରେ ସୁରକ୍ଷା ନେଇ କଡା ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.