ETV Bharat / city

୧୭ ଘଣ୍ଟା ପରେ ରାଜପଥରୁ ହଟିଲା ଆମୋନିଆ ଗ୍ୟାସ ଟ୍ୟାଙ୍କର - amonia gas tanker rescued in ganjam

ଦୀର୍ଘ ୧୭ ଘଣ୍ଟାର ଉଦ୍ୟମ ପରେ ଜାତୀୟ ରାଜପଥରୁ ଉଦ୍ଧାର ହେଲା ଆମୋନିଆ ଗ୍ୟାସ ଟ୍ୟାଙ୍କର। ସୋମବାର ସନ୍ଧ୍ୟା ସମୟରେ ଗଞ୍ଜାମ ଜିଲ୍ଲାର ହୁମ୍ମା ଓ ପୁଇଁତଳା ମଧ୍ୟବର୍ତ୍ତୀ ୧୬ ନଂ ଜାତୀୟ ରାଜପଥରେ ଏହି ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା। ଅଧିକ ପଢ଼ନ୍ତୁ...

୧୭ ଘଣ୍ଟା ପରେ ରାଜପଥରୁ ହଟିଲା ଆମୋନିଆ ଗ୍ୟାସ ଟ୍ୟାଙ୍କର

author img

By

Published : Mar 2, 2021, 8:03 PM IST

ବ୍ରହ୍ମପୁର: ଦୀର୍ଘ ୧୭ ଘଣ୍ଟାର ଉଦ୍ୟମ ପରେ ଜାତୀୟ ରାଜପଥରୁ ଉଦ୍ଧାର ହେଲା ଆମୋନିଆ ଗ୍ୟାସ ଟ୍ୟାଙ୍କର। ସୋମବାର ସନ୍ଧ୍ୟା ସମୟରେ ଗଞ୍ଜାମ ଜିଲ୍ଲାର ହୁମ୍ମା ଓ ପୁଇଁତଳା ମଧ୍ୟବର୍ତ୍ତୀ ୧୬ ନଂ ଜାତୀୟ ରାଜପଥରେ ଏହି ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା। ଏହି ଟ୍ୟାଙ୍କର ପାରାଦ୍ବୀପରୁ ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା।

୧୭ ଘଣ୍ଟା ପରେ ରାଜପଥରୁ ହଟିଲା ଆମୋନିଆ ଗ୍ୟାସ ଟ୍ୟାଙ୍କର

ଆମୋନିଆ ଗ୍ୟାସ ଟ୍ୟାଙ୍କର ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଥିଲା। ଅନ୍ୟ ଏକ ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଭରଟେକ୍ କରୁଥିବା ସମୟରେ ଓଲଟି ଯାଇଥିଲା ଏହି ଆମୋନିଆ ଗ୍ୟାସ ଟ୍ୟାଙ୍କର । ଆଜି(ମଙ୍ଗଳବାର) ପାରାଦ୍ବୀପରୁ ଆସିଥିବା ବୈଷୟିକ ଟିମ ସହ ମୋଟ ଦୁଇଟି ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ବହୁ ଉଦ୍ୟମ କରିବା ପରେ ଓଲଟିଥିବା ଟ୍ୟାଙ୍କରକୁ କ୍ରେନ ସହାୟତାରେ ଉଠାଯାଇଥିଲା।

ଏହାପରେ ପରେ ହୁମ୍ମା ଓ ପୁଇଁତଳା ମଧ୍ୟବର୍ତ୍ତୀ ୧୬ ନଂ ଜାତୀୟ ରାଜପଥରେ ଯାତାୟତ ବ୍ୟବସ୍ଥା ସ୍ବାଭାବିକ ହୋଇଛି। ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ବୈଷୟିକ ଟିମ କିପରି ସୁରକ୍ଷିତ ଭାବରେ ଟ୍ୟାଙ୍କରକୁ ଉଦ୍ଧାର କରାଯିବ ସେନେଇ ଉଦ୍ୟମ ଜାରି ରଖିଥିଲେ । ଏହି ଦୁର୍ଘଟଣାରେ ସଭିଏଁ ସୁରକ୍ଷିତ ଥିବା ଜଣାପଡ଼ିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.