ETV Bharat / city

ଲକଡାଉନ ପରେ ରାଜ୍ୟ ଫେରନ୍ତାଙ୍କ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

author img

By

Published : Apr 16, 2020, 9:39 PM IST

ଦେଶରେ ବର୍ଦ୍ଧିତ ଲକଡାଉନ ଆସନ୍ତା ମେ’ ମାସ 3 ତାରିଖରେ ଶେଷ ହେବା ପରେ ବାହାର ରାଜ୍ୟରେ ରହିଥିବା ଗଞ୍ଜାମ ଜିଲ୍ଲାବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ଅଧିକ ହୋଇଛି । ଏଥିପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି ।

odisha lockdown, preparation for homecoming of ganjam, ganjam latest news, ganjam collector, administral preparation for after lockdown, ଓଡିଶାରେ ଲକଡାଉନ, ଲକଡାଉନ ପରେ ରାଜ୍ୟ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି, ରାଜ୍ୟ ଫେରନ୍ତାଙ୍କ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାନ ଲାଟେଷ୍ଟ ନ୍ୟୁଜ୍‌
ଲକଡାଉନ ପରେ ରାଜ୍ୟ ଫେରନ୍ତାଙ୍କ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ବ୍ରହ୍ମପୁର: ଦେଶରେ ବର୍ଦ୍ଧିତ ଲକଡାଉନ ଆସନ୍ତା ମେ’ ମାସ 3 ତାରିଖରେ ଶେଷ ହେବା ପରେ ବାହାର ରାଜ୍ୟରେ ରହିଥିବା ଗଞ୍ଜାମ ଜିଲ୍ଲାବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ଅଧିକ ହୋଇଛି । ଏଥିପାଇଁ ସାମଗ୍ରୀକ ପ୍ରସ୍ତୁତିକୁ ସଠିକ ଭାବରେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବିଦ୍ୟାଳୟ ଗୃହ, ଅନ୍ୟାନ୍ୟ ସରକାରୀ ଗୃହ, ବାତ୍ୟା ଆଶ୍ରୟ ସ୍ଥଳ, କଲ୍ୟାଣ ମଣ୍ଡପ ପ୍ରଭୃତିକୁ ପ୍ରସ୍ତୁତ କରି ରଖାଯିବାକୁ ସ୍ଥିର କରାଯାଇଛି ।

ସମ୍ପୃକ୍ତ ସ୍ଥାନଗୁଡିକରେ ପାଇଖାନାଠାରୁ ଆରମ୍ଭ କରି ପାନୀୟ ଜଳ ଏବଂ ବିଦ୍ୟୁତ ବ୍ୟବସ୍ଥା ଯେପରି ସୁନିଶ୍ଚିତ କରାଯିବ ତାହରି ଉପରେ ଗୁରୁତ୍ବ ଦିଆଯିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଯେଉଁଠାରେ ପାଇଖାନା ନାହିଁ ସେଠାରେ ତୁରନ୍ତ ପାଇଖାନା ନିର୍ମାଣ କରାଯିବ । କିନ୍ତୁ ନିମ୍ନମାନର ପାଇଖାନା ହେଲେ ଅଧିକାରୀଙ୍କ ଦରମାରୁ ସେହି ଅର୍ଥ ଭରଣା କରାଯିବ । ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଡାକ୍ତରୀ ପରୀକ୍ଷା ଅନିବାର୍ଯ୍ୟ ବୋଲି କୁହାଯିବା ସହ ସେମାନଙ୍କୁ 21 ଦିନିଆ କ୍ବାରେନଣ୍ଟାଇନରେ ରଖାଯିବ ।

ଏପରିକି ଯେଉଁ କର୍ମଚାରୀମାନେ ଭୁବନେଶ୍ବରରୁ ଫେରିବେ ସେମାନଙ୍କ ପାଇଁ 21 ଦିନିଆ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ । ଯଦି ସଂପୃକ୍ତ ଅଧିକାରୀ ଏହା ସୁନିଶ୍ଚିତ ନ କଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲାରେ ଅଦ୍ୟାବଧି ବାହାର ରାଜ୍ୟର ଯେଉଁ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଟ୍ରାଞ୍ଜିଟ କ୍ୟାମ୍ପରେ ରଖାଯାଇଛି ସେମାନଙ୍କ ପାଇଁ ଦୈନିକ ସାରଣୀ ଧାର୍ଯ୍ୟ କରିବା ସହିତ ମନୋରଞ୍ଜନ ପାଇଁ ସେଠାରେ ଟେଲିଭିଜନ ସେଟ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର ବିଭିନ୍ନ ଯାଞ୍ଚ ଫାଟକ ଗୁଡିକରେ ପୋଲିସ ସହିତ ସରକାରୀ କର୍ମଚାରୀମାନେ କାର୍ଯ୍ୟରତ ରହିବେ । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ପାଇଁ ଆଗ୍ରହ ପ୍ରକାଶ ପାଉଥିବାରୁ ସେଥିପାଇଁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୟୁନିଟ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରୀ ପରାମର୍ଶ ପାଇଁ ଜିଲ୍ଲା ବାହାରକୁ ଯିବାକୁ ଆବଶ୍ୟକତା ରହିଥିଲେ ସେହି ଉପଖଣ୍ଡର ଉପଜିଲ୍ଲାପାଳ ପାସ ପ୍ରଦାନ କରିପାରିବେ ।

ସାମାଜିକ ଦୂରତା ଅବଲମ୍ବନ କରି ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟ ଆଗେଇ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଭିନ୍ନ ପେନସନ ଓ ଭତ୍ତା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.