ETV Bharat / city

୬ରୁ ବ୍ରହ୍ମପୁରରେ ଆୟୋଜିତ ହେବ ଦୁଇଦିନିଆ ଏବିଭିପି ରାଜ୍ୟ ପରିଷଦ ବୈଠକ

ଆସନ୍ତା ୬ ଓ ୭ ତାରିଖରେ ବ୍ରହ୍ମପୁରରେ ଦୁଇ ଦିନ ଧରି ଆୟୋଜିତ ହେବ ଏବିଭିପି ରାଜ୍ୟ ପରିଷଦ ବୈଠକ। ଏନେଇ ଏବିଭିପି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 3, 2021, 7:55 AM IST

ଆସନ୍ତା ୬ ଓ ୭ ରେ ବ୍ରହ୍ମପୁରରେ ଆୟୋଜିତ ହେବ ଏବିଭିପି ରାଜ୍ୟ ପରିଷଦ ବୈଠକ

ବ୍ରହ୍ମପୁର: ଆସନ୍ତା ୬ ଓ ୭ ତାରିଖରେ ବ୍ରହ୍ମପୁରରେ ଦୁଇ ଦିନ ଧରି ଆୟୋଜିତ ହେବ ଏବିଭିପି ରାଜ୍ୟ ପରିଷଦ ବୈଠକ । ଗୋଷାଣିନୂଆଗାଁ ସ୍ଥିତ କାଳୁଆ କଲ୍ୟାଣ ମଣ୍ଡପ ପରିସରରେ ଏବିଭିପି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ମିଳନୀର ପୋଷ୍ଟର ଉନ୍ମୋଚନ କରାଯିବା ସହ ଏଥିରେ ପାରିତ ହେବାକୁ ଥିବା ଦୁଇଟି ପ୍ରମୁଖ ବିଷୟକୁ ଉପସ୍ଥାପନ କରାଯାଇଥିଲା । ଓଡିଶାରେ ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସ୍ଥିତି, ରାଷ୍ଟ୍ରୀୟ ଶିକ୍ଷାନୀତିର କ୍ରିୟାନୁଷ୍ଠାନ ଏବଂ କ୍ୟାମ୍ପସର ଭିର୍ତ୍ତିଭୂମି ସୁଦୃଢୀକରଣ, ଆତ୍ମନିର୍ଭରଶୀଳ ଭାରତ ଓ ନାରୀ ସୁରକ୍ଷା ଭଳି ସମ୍ବେଦନଶୀଳ ସ୍ଥିତିକୁ ନେଇ ଦୁଇଟି ପ୍ରସ୍ତାବ ପାରିତ ହେବ ।

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟମାନଙ୍କରୁ ଦୁଇ ଶହ ବିଦ୍ୟାର୍ଥୀ ଓ ଅଧ୍ୟାପକ ପ୍ରତିନିଧି ଭାବେ ଯୋଗ ଦେବେ । ଏହି ଅଧିବେଶନକୁ ସୂଚାରୁ ରୂପେ ତୁଲାଇବା ପାଇଁ ଗଞ୍ଜାମର କିଛି ବିଶିଷ୍ଠ ବ୍ୟକ୍ତିକୁ ନେଇ ଏକ ସ୍ବାଗତ କମିଟି ଗଠନ କରାଯାଇଥିବା କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ସ୍ମୃତିସୁଧା ସାହୁ, ନଗର ସମ୍ପାଦକ ଦେବାଶିଷ ସାହୁ ମଞ୍ଚାସୀନ ରହିଥିବା ବେଳେ ଜିଲ୍ଲା ସଂଯୋଜକ ଶକ୍ତିମାନ ଦାଶ, ଚିନ୍ମୟା ନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.