ବ୍ରହ୍ମପୁର: ଭାରତ-ଚୀନ ସଙ୍ଘର୍ଷ ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ବ୍ରହ୍ମପୁର ସହରରେ ଚୀନ ସାମଗ୍ରୀ ବର୍ଜନ କରିବା ପାଇଁ ଆହ୍ବାନ କରି ବିକ୍ଷୋଭ କରାଯାଇଛି । ସାରା ବିଶ୍ବରେ ଚୀନର କୋରୋନା ଭୁତାଣୁ ଦ୍ବାରା ଆତଙ୍କିତ ହୋଇଥିବା ବେଳେ ଚୀନର ସୈନିକ ଭାରତର ଲଦାଖ ସ୍ଥିତ ଗଲୱାନ ଭ୍ୟାଲି ଠାରେ ସୈନ୍ୟ ମୁତୟନ କରି ବାରମ୍ବାର ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଛି ।
ଗତକାଲି ସୀମାରେ ସଙ୍ଘର୍ଷ ଉଗ୍ର ରୂପ ନେଇଥିବା ବେଳେ ଆମ ଦେଶର ୨୦ ଜଣ ବୀର ସୈନିକ ଶହୀଦ ହୋଇଛନ୍ତି । ଗୋଟିଏ ପଟେ ଚୀନ ପ୍ରତ୍ୟକ୍ଷରେ ଭାରତ ସହ ଆଲୋଚନା କରୁଥିବା ବେଳେ ପରୋକ୍ଷରେ ଆକ୍ରମଣ କରି ତାର ଦୋମୁହା ନୀତି ପଦାରେ ପଡିଥିବା ନେଇ ଏବିଭିପି ପକ୍ଷରୁ ଆୟୋଜିତ ବିକ୍ଷୋଭରେ ସମାଲୋଚନା କରାଯାଇଛି । ସହରର ଖଲ୍ଲିକୋଟ କଲେଜ ସମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରବାସୀ ଏଭଳି ପରିସ୍ଥିତିରେ ଚାଇନା ସାମଗ୍ରୀକୁ ସମସ୍ତେ ବର୍ଜନ କରିବା ପାଇଁ ଆହ୍ବାନ କରାଯାଇଛି । ସମସ୍ତ ଭାରତୀୟ ଏଭଳି ପଦକ୍ଷେପ ନେଲେ ନିଶ୍ଚିତ ରୂପେ ଏହାର ପ୍ରଭାବ ପକାଇବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ