ETV Bharat / city

ନିଖୁଣ କଳାକୃତି, ଚକ୍‌ ଖଡ଼ିକୁ ଦେଉଛନ୍ତି ଜୀବନ୍ତ ରୂପ - ବ୍ରହ୍ମପୁରର ବିଜୟ ରେଡ୍ଡୀଙ୍କ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ

ଦେଖିଲେ ଲାଖିଯିବ ଆଖି । ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି ଚକ୍‌ ଖଡ଼ି । ତାଙ୍କ ନିଖୁଣ କାରିଗରୀ ଆଜି ତାଙ୍କୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ର ଅଧିକାରୀ କରାଇ ପାରିଛି । ଆମେ କହୁଛୁ ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀର ଇଞ୍ଜିନିୟରିଂ ଛାତ୍ର କେ. ବିଜୟ ରେଡ୍ଡିଙ୍କ କଥା । ଅଧିକ ପଢ଼ନ୍ତୁ

ନିଖୁଣ କଳାକୃତି, ଚକ୍‌ ଖଡ଼ିକୁ ଦେଉଛନ୍ତି ଜୀବନ୍ତ ରୂପ

author img

By

Published : Jan 18, 2022, 8:47 PM IST

ବ୍ରହ୍ମପୁର: ସେ ହେଉଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର । ହେଲେ ତାଙ୍କ ଭିତରେ ଅନ୍ତର୍ନିହିତ ଥିଲା ସୂକ୍ଷ୍ମ କାରିଗରୀ କଳା । ଆଜି ତାହାରି ବଳରେ ସେ ସୃଷ୍ଟି ନିଜର ନିଆରା ପରିଚୟ । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରିକାଲ୍‌ ଛାତ୍ର କେ. ବିଜୟ ରେଡ୍ଡି । ଚକ୍‌ ଖଡ଼ିରେ ଅତି ନିଖୁଣ କାରିଗରୀ କରି ଦେଖାଉଛନ୍ତି ବିଜୟ । ସ୍ବାଧୀନତାର ୭୫ ବର୍ଷକୁ ନେଇ ଆଜାଦିକା ଅମୃତ ମହୋତ୍ସବକୁ ନଜରରେ ରଖି ସେ ଦେଶର ୭୫ଟି ପ୍ରମୁଖ ସ୍ଥାନ ଚକ୍‌ ଖଡ଼ିରେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ନିଖୁଣ କଳାକୃତି, ଚକ୍‌ ଖଡ଼ିକୁ ଦେଉଛନ୍ତି ଜୀବନ୍ତ ରୂପ

ବିଜୟ ପ୍ରସ୍ତୁତ କରିଥିବା ସୂକ୍ଷ୍ମ କାରିଗରୀର ଉଚ୍ଚତା ୧ ସେଣ୍ଟିମିଟରରୁ ୩.୩ ସେଣ୍ଟିମିଟର ରହିଛି । ସ୍ୱାଧିନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶର ବାର୍ତ୍ତାରେ ଅନୁପ୍ରାଣିତ ହୋଇ କିଛି କରି ଦେଖାଇବାର ଲକ୍ଷ୍ୟ ରଖିଛନ୍ତି ବିଜୟ । ଏଥିପାଇଁ ଗତ କିଛି ମାସ ହେଲା ସେ ପ୍ରୟାସ ଜାରି ରଖିଛନ୍ତି । ଏହି ପ୍ରୟାସ ବଳରେ ହିଁ ବିଜୟ ଆଜି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ।

ଏହାରି ମଧ୍ୟରେ ବିଜୟ ୨୦ରୁ ଅଧିକ ସୂକ୍ଷ୍ମ କଳାକୃତି କରି ସାରିଛନ୍ତି । ଏଥିରେ ଇଣ୍ଡିଆ ଗେଟ୍‌, ତାଜମହଲ, କେଦାରନାଥ, କୋଣାର୍କ ମନ୍ଦିର ଭଳି ପ୍ରମୁଖ ସ୍ଥାନ ସାମିଲ ରହିଛି । କିଛି ଦିନ ପୂର୍ବରୁ ସେ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏକ ସୂକ୍ଷ୍ମ କାରିଗରୀ ପ୍ରସ୍ତୁତ କରିଥିଲେ । ତା ସହିତ ନିର୍ବାଚନରେ ଭୋଟରଙ୍କୁ ସଚେତନ କରିବା ପାଇଁ ଏକ ପ୍ରତିକୃତି ତିଆରି କରିଥିଲେ । ଏହି କଳାକୁ ନେଇ ସେ ଆଗାମୀ ଦିନରେ ଗିନିଜ ବୁକ୍‌ ଅଫ୍‌ ରେକର୍ଡ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଜୟ ।

ବିଜୟଙ୍କୁ ନୂଆ ପରିଚୟ ମିଳିବା ପରେ ଏଭଳି ଅନ୍ତର୍ନିହିତ ଗୁଣ ଥିବା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପକ୍ଷରୁ ଇମାଜିକ୍ସ ନାମକ କ୍ଲବ ଗଠନ କରାଯାଇଛି । ଯାହାଦ୍ବାରା ଛାତ୍ରଛାତ୍ରୀ ନିଜ ଭିତରେ ଥିବା କଳାକୁ ଚିହ୍ନି ପାରିବେ ଓ ଏହାଦ୍ବାରା ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.