ETV Bharat / city

ଥାନାରେ ଅଟକ ଥିବା ଯୁବକର ଆତ୍ମହତ୍ୟା ଉଦ୍ୟମ - ଯୁବକର ଆତ୍ମହତ୍ୟା ଉଦ୍ୟମ

NBWଧାରୀଙ୍କ ଉପରେ ଏବେ ପୋଲିସର ଛାଟ । ଥାନାରେ ମାମଲା ଦାୟର ହେଇଥିଲେ ଘରୁ ଉଠାଇ ନେଉଛି ପୋଲିସ । ଏହି କ୍ରମରେ ପୋଲିସ ମିଟୁ ସାହୁକୁ ପୁରୁଣା ମାମଲାର ୱାରେଣ୍ଟ ବଳରେ ଗତ ଶୁକ୍ରବାର ଠାରୁ ଆଣି ଥାନାରେ ଅଟକ ରଖିଛି । ହେଲେ ଥାନାରେ ଆତ୍ମହତ୍ୟା କରିବାକୁ ମିଟୁ କରିଥିଲା ଉଦ୍ୟମ । ଅଧିକ ପଢ଼ନ୍ତୁ

ଥାନାରେ ଅଟକ ଥିବା ଯୁବକର ଆତ୍ମହତ୍ୟା ଉଦ୍ୟମ
ଥାନାରେ ଅଟକ ଥିବା ଯୁବକର ଆତ୍ମହତ୍ୟା ଉଦ୍ୟମ
author img

By

Published : May 12, 2022, 10:41 PM IST

ଭଞ୍ଜନଗର : ଥାନାରେ ଅଟକ ଥିବା ଯୁବକର ଆତ୍ମହତ୍ୟା ଉଦ୍ୟମ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇସାହିର ମିଟୁ ସାହୁକୁ ପୁରୁଣା ମାମଲାର ୱାରେଣ୍ଟ ବଳରେ ପୋଲିସ ଗତ ଶୁକ୍ରବାର ଠାରୁ ଆଣି ଥାନାରେ ଅଟକ ରଖିଥିଲା । ଥାନାରେ ମିଟୁ ଅଟକ ରହିଥିବାବେଳେ ତା ପରିବାର ସହିତ ସାକ୍ଷାତ କରାଇ ଦେଉନଥିଲା ପୋଲିସ । ଯାହାଫଳରେ ଆଜି ମିଟୁ କିଛି ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ଥାନାରେ ଅଟକ ଥିବା ଯୁବକର ଆତ୍ମହତ୍ୟା ଉଦ୍ୟମ

ଏନେଇ ମିଟୁକୁ ଗୁରୁତର ଅବସ୍ଥାରେ ପୋଲିସ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ମିଟୁର ଫୁଡ ପଏଜନ ହୋଇଥିବା ପୋଲିସ କହିଥିଲେ। ସେପଟେ ମିଟୁର ଭଉଣୀ ଆଣିଛନ୍ତି ଗୁରୁତର ଅଭିଯୋଗ । ମୋ ଭାଇକୁ ଯଦି ପୁରୁଣା ମାମଲାର ୱାରେଣ୍ଟରେ ଆଣିଲ ତାହେଲେ କୋର୍ଟକୁ ନପଠାଇ ଏତେଦିନ କାହିଁକି ଥାନାରେ ରଖିଛି । ପରିବାରର ଲୋକଙ୍କୁ ସାକ୍ଷାତ କରିବାକୁ ଦେଉନାହାନ୍ତି କାହିଁକି । ଯଦି ମୋ ଭାଇର କିଛି ଅଘଟଣ ହୁଏ ତାହେଲେ ପୋଲିସ ଦାୟୀ ରହିବ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.