ETV Bharat / city

ସ୍ମାର୍ଟସ୍କୁଲରେ ରୂପାନ୍ତରିତ ହେଲା ଗଞ୍ଜାମର ୮୩ ହାଇସ୍କୁଲ - ନବୀନ ପଟ୍ଟନାୟକ

୫-ଟି ଅନ୍ତର୍ଗତ ରୂପାନ୍ତରଣ କାର୍ଯ୍ୟକ୍ରମରେ ମିଶିଲା ଗଞ୍ଜାମର ୮୩ଟି ହାଇସ୍କୁଲ । ଭିସିଯୋଗେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ରୂପାନ୍ତରିତ ହେଲା ଗଞ୍ଜାମର ୮୩ଟି ହାଇସ୍କୁଲ
ରୂପାନ୍ତରିତ ହେଲା ଗଞ୍ଜାମର ୮୩ଟି ହାଇସ୍କୁଲ
author img

By

Published : Nov 17, 2021, 8:24 AM IST

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ସମ୍ପୂର୍ଣ୍ଣ ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମର ୮୩ଟି ହାଇସ୍କୁଲକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି ।

ଛତ୍ରପୁର ଠାରେ ଥିବା ସର୍ବପୁରାତନ ଅନସ୍ଳୋ ହାଇସ୍କୁଲ, ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟ ଓ ନରେନ୍ଦ୍ରପୁର ହାଇସ୍କୁଲ ବିଦ୍ୟାଳୟ ସମେତ ଜିଲ୍ଲାର ୮୩ ଟି ହାଇସ୍କୁଲ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଛତ୍ରପୁର ଅନସ୍ଲା ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଚିକିଟି ବିଧାୟିକା ଉଷା ରାଣୀ ଦେବୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ,ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.