ବ୍ରହ୍ମପୁର: ଖୁଦୁରୁକୁଣୀ ପୂଜା ପାଇଁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ । ଗଞ୍ଜାମ ଜିଲ୍ଲାରେ 5 ଜଣ ଯୁବତୀ ରଷିକୁଲ୍ୟା ନଦୀରେ ପାଣି ଆଣୁଥିବା ସମୟରେ ଭାସି ଯାଇଛନ୍ତି । ଗ୍ରାମବାସୀମାନେ 5 ଜଣଙ୍କ ମଧ୍ୟରୁ 4 ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଏବେ ବି ନିଖୋଜ ଥିବା ଜଣାପଡିଛି ।
ଜିଲ୍ଲାର କାଞ୍ଜିଆମା ଗ୍ରାମ ନିକଟ ଋଷିକୂଲ୍ୟା ନଦୀତଟରେ ଗୋଡ଼ ଖସିଯିବାରୁ ଏଭଳି ଘଟଣା ଘଟିଥିବା କୁହାଯାଇଥିବା ବେଳେ ଉଦ୍ଧାର ଯୁବତୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଉଦ୍ଧାର ଦୁଇ ଜଣ ହେଲେ ସିଲ୍ଲୀ ବେହେରା ଓ ରୂପାଲି ବେହେରା । ଅନ୍ୟ ଦୁଇ ଜଣଙ୍କ ପତ୍ତା ମିଳିନଥିବା ବେଳେ ଅଗ୍ନିଶମ ବିଭାଗର ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପେରସନ ଜାରି ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ