ETV Bharat / city

ଅବକାରୀକୁ ସଫଳତା, ବିପୁଳ ପରିମାଣରେ ପୋଚ ଓ ରନ୍ଧାମଦ ଜବତ - ଅବକାରୀ ବିଭାଗ

କୋରୋନା ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାରେ ବିପୁଳ ପରିମାଣରେ ଚୋରା ମଦ କାରବାର ଜାରି ରହିଛି । ଏଭଳି ସମୟରେ ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ଓ ରନ୍ଧାମଦ ଜବତ କରାଯାଇଛି ।

excise department
ବିପୁଳ ପରିମାଣର ପୋଚ ଓ ରନ୍ଧାମଦ ଜବତ କଲେ ଅବକାରୀ ବିଭାଗ
author img

By

Published : Aug 29, 2020, 7:12 AM IST

ବ୍ରହ୍ମପୁର: ବିପୁଳ ପରିମାଣର ପୋଚ ଓ ରନ୍ଧାମଦ ଜବତ କଲା ଅବକାରୀ ବିଭାଗ । କୋରୋନା ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ଚୋରା ମଦ କାରବାର ଜାରି ରହିଛି । ଏଭଳି ସମୟରେ ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ଓ ରନ୍ଧାମଦ ଜବତ କରାଯାଇଛି ।

ବିପୁଳ ପରିମାଣର ପୋଚ ଓ ରନ୍ଧାମଦ ଜବତ କଲେ ଅବକାରୀ ବିଭାଗ

ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବାଟ ମହୁଲିପଡା, ତିନିଘରିଆ, ଡାଲି ମହୁଲିପଡ଼ା ଭଳି ଦୁର୍ଗମ ଅଞ୍ଚଳରେ ଚଢାଉ କରାଯାଇ ବିପୁଳ ପରିମାଣରେ ଗୁଡ଼ ମିଶ୍ରିତ ମଦପୋଚ ଓ ରନ୍ଧା ଦେଶୀମଦ ଜବତ କରାଯାଇଛି ।

ସମୁଦାୟ ୪୪୦୦ କିଲୋଗ୍ରାମ ଅପମିଶ୍ରିତ ଗୁଡ଼, ମହୁଲ ଓ ପୋଚ ଜବତ କରାଯାଇଛି । ତେବେ ଅବକାରୀ ବିଭାଗର ଚଢାଉ ସମୟରେ ମଦମାଫିଆ ମାନେ ଫେରାର ରହିଥିବା କାରଣରୁ କାହାରିକୁ ଗିରଫ କରାଯାଇନାହିଁ । ଏନେଇ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.