ETV Bharat / city

ଗୋଟିଏ ପରିବାରର ଚାରି ସଦସ୍ୟ ରୋଗାଗ୍ରସ୍ତ, ସରକାରୀ ସହାୟତାକୁ ଅପେକ୍ଷା

ଦିନେ ନୁହେଁ କି ଦୁଇ ଦିନ, ଗତ ତିନିରୁ ଚାରି ବର୍ଷ ଧରି ଘର ମଧ୍ୟରେ ରୋଗାଗ୍ରସ୍ତ ହୋଇ ରହିଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ । ସେବା, ଶୃଶ୍ରୂଷା କରିବାକୁ କେହି ନାହାନ୍ତି । ଯେଉଁ ଘରେ ରହୁଛନ୍ତି ସେହି ଘରେ ହିଁ କରୁଛନ୍ତି ମଳତ୍ୟାଗ । ଏକ ପ୍ରକାର ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବିତୁଛି ଏମାନଙ୍କ ଜୀବନ । ଏଭଳି ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡା ଗ୍ରାମର ଏକ ପରିବାର । ଅଧିକ ପଢନ୍ତୁ...

unknown disease in ganjam
ରୋଗାଗ୍ରସ୍ତ ହୋଇ ରହିଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ, ସରକାରୀ ସହାୟତାକୁ ଅପେକ୍ଷା
author img

By

Published : Mar 4, 2020, 1:42 PM IST

ବ୍ରହ୍ମପୁର: ଦିନେ ନୁହେଁ କି ଦୁଇ ଦିନ, ଗତ ତିନିରୁ ଚାରି ବର୍ଷ ଧରି ଘର ମଧ୍ୟରେ ରୋଗାଗ୍ରସ୍ତ ହୋଇ ରହିଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ । ସେବା, ଶୃଶ୍ରୂଷା କରିବାକୁ କେହି ନାହାନ୍ତି । ଯେଉଁ ଘରେ ରହୁଛନ୍ତି ସେହି ଘରେ ହିଁ କରୁଛନ୍ତି ମଳତ୍ୟାଗ । ଏକ ପ୍ରକାର ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବିତୁଛି ଏମାନଙ୍କ ଜୀବନ ।

ରୋଗାଗ୍ରସ୍ତ ହୋଇ ରହିଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ, ସରକାରୀ ସହାୟତାକୁ ଅପେକ୍ଷା

ଦୁର୍ଗନ୍ଧ ଯୋଗୁଁ ସାହି ପଡିଶା ମଧ୍ୟ ଘର ମଧ୍ୟରେ ପଶିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଭଳି ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡା ଗ୍ରାମର ଏକ ପରିବାର । ଗ୍ରାମର ଧୋବା ସାହିରେ ରହୁଥିବା ମୃତ ଭୀମ ସେଠୀଙ୍କ ପରିବାର ଏଭଳି ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି । ଘରେ 76 ବର୍ଷୀୟ ବୟସ୍କା ବୃଦ୍ଧା ରଇବାରି ସେଠୀଙ୍କ ସମେତ କର ସେଠୀ (54), ବିନ ସେଠୀ(51) ଓ ତାଙ୍କ 25 ବର୍ଷୀୟ କନ୍ୟା ଗାୟତ୍ରୀ ସେଠୀ ରହିଥିବା ଦେଖାଯାଇଛି ।

ଏହି ପରିବାରର ଏକ ମାତ୍ର ପୁଅ ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ପରିବାରକୁ ଯେଣତେଣ ପ୍ରକାରେ ଦୁଇ ଓଳି ଦୁଇମୁଠା ଖାଇବାକୁ ଦେଉଛନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ କିଛି ଦିନ ତଳେ ଗ୍ରାମବାସୀ ଚାନ୍ଦା ମାଗି ଚିକିତ୍ସା କରାଇଥିଲେ ବି ସୁସ୍ଥ ହୋଇପାରିନାହାନ୍ତି ପରିବାରବର୍ଗ । ତେବେ ଏହି ଖବର ଜଣାପଡିବା ପରେ ସେଠାରେ ପହଞ୍ଚି ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.