ETV Bharat / city

ବ୍ରହ୍ମପୁରର ବିକାଶ ପାଇଁ ୩୮୯ କୋଟି ଟଙ୍କାର ବଜେଟ - ବ୍ରହ୍ମପୁର ବଜେଟ୍

ବ୍ରହ୍ମପୁର ମହାନଗର ନିଗମ ସହରର ସର୍ବାଙ୍ଗୀନ ବିକାଶ ପାଇଁ ମୋଟ ୩୮୯ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି । ଅଧିକ ପଢନ୍ତୁ...

ବ୍ରହ୍ମପୁରର ବିକାଶ ପାଇଁ ୩୮୯ କୋଟି ଟଙ୍କାର ବଜେଟ୍କୁ ପ୍ରସ୍ତୁତ

author img

By

Published : Jun 25, 2021, 7:18 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ସର୍ବାଙ୍ଗୀନ ବିକାଶ ପାଇଁ ମୋଟ ୩୮୯ କୋଟି ଟଙ୍କାର ବଜେଟକୁ ପ୍ରସ୍ତୁତ କରିଛି ବ୍ରହ୍ମପୁର ମହାନଗର ନିଗମ । ସହରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଚଳିତ ୨୦୨୧ ଓ ୨୦୨୨ ବର୍ଷ ନିମନ୍ତେ ଏଭଳି ବଜେଟ୍ ଉପସ୍ଥାପନା କରିଛି ନିଗମ ।

ବ୍ରହ୍ମପୁରର ବିକାଶ ପାଇଁ ୩୮୯ କୋଟି ଟଙ୍କାର ବଜେଟ୍କୁ ପ୍ରସ୍ତୁତ

ଗଞ୍ଜାମ ଜିଲ୍ଲାପାଳ ତଥା ନିଗମର ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସହରର ଅନେକ ଲୋକାଭିମୁଖୀ କାର୍ଯ୍ୟ କରିବା ପାଇଁ ଏହି ବଜେଟରେ ରଖାଯାଇଛି ଅନେକ ବ୍ୟବସ୍ଥା । ଯାହାକି ସହରକୁ ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ଫଳପ୍ରଦ ହୋଇପାରିବ । ଏହି ବଜେଟରେ ମୁଖ୍ୟତଃ ସହରର ବିଭିନ୍ନ ପୋଖରୀର ପୁନରୁଦ୍ଧାର, ରାସ୍ତା, ନାଳନର୍ଦ୍ଦମାର ମରାମତି ଓ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି । ଏପରିକି ବଜେଟକୁ ଅନୁମୋଦନ କରାଯିବା ପୂର୍ବରୁ ଏନେଇ ନିର୍ବାଚିତ ପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ମତାମତ ନିଆଯାଇଥିବା କୁହାଯାଇଛି ।

ଏପରିକି ସହରବାସୀଙ୍କ ପାଇଁ ବ୍ରହ୍ମପୁରର ସ୍ମାର୍ଟ ରୋଡ, ପ୍ଲାନେଟୋରିୟମ, ସାଇନ୍ସ ପାର୍କ, ସହର ପ୍ରବେଶ ପଥରେ ଫାଟକ, ୱାଟର ବଡି କ୍ଲିନିଙ୍ଗ ମେସିନ, ଆଧୁନିକ ଜିମ୍ନାସିୟମ, ଫୁଡ୍ କୋର୍ଟ, ମାର୍କେଟ କମ୍ପ୍ଲେକ୍ସ, ମେଗା ଡ୍ରେନ ଭଳି କାର୍ଯ୍ୟ ହାତକୁ ନିଆଯିବ । ଯାହାକୁ ସହରବାସୀ ପୂର୍ବରୁ ଚାହିଁ ଆସୁଥିଲେ । ଏହି ବଜେଟ ଅନୁମୋଦନ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.