ବ୍ରହ୍ମପୁର: ଗଞ୍ଜାମରେ ଦୁଇ ହୋମଗାର୍ଡ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି 2 ଜଣ ପୋଲସରା ଥାନାରେ କାର୍ଯ୍ୟରତ । ଦୁହିଁଙ୍କ ଶ୍ରୀଘ୍ର ଆରୋଗ୍ୟ କାମନା ନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଟ୍ବିଟ କରିଛନ୍ତି ।
ଆଗଧାଡିର କୋରୋନା ଯୋଦ୍ଧା ଭାବରେ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ରେଳଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଆଗମନ ସମୟ ଏମାନେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଠାରୁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ଚିକିତ୍ସା ପାଇଁ ପାରଳା ମହାରାଜା କୋଭିଡ ହସ୍ପିଟାଲ ଓ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୂର୍ବରୁ ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗଞ୍ଜାମରେ ଦୁଇ ଗୃହରକ୍ଷୀ ଆକ୍ରାନ୍ତ ହୋଇଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ