ETV Bharat / city

ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ, ବିଦ୍ୟାର୍ଥୀଙ୍କ ସହ ୫ଟି ସଚିବଙ୍କ ଆଲୋଚନା - ୫ଟି ସଚିବ

ଗଞ୍ଜାମ ଜିଲ୍ଲାର ୧୩୩ ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ କରିବା ପାଇଁ ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିମାନଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ। ଅଧିକ ପଢନ୍ତୁ...

ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ, ବିଦ୍ୟାର୍ଥୀଙ୍କ ସହ ୫ଟି ସଚିବଙ୍କ ଆଲୋଚନା

author img

By

Published : Jul 9, 2021, 7:53 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ କରିବା ପାଇଁ ଜାରି ରହିଛି ପ୍ରକ୍ରିୟା । ଏହାର ଅଗ୍ରଗତି ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

ଗଞ୍ଜାମ ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଆୟୋଜିତ ଭିଡିଓ କନ୍‌ଫରେନ୍ସରେ ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭାପତି ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ । ପ୍ରତ୍ୟେକ ବ୍ଲକରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

ତେବେ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲ୍ୟାବ, କ୍ରୀଡା ଭିତ୍ତିଭୂମି, ପାନୀୟଜଳ, ଶୌଚାଳୟର ବିକାଶ କରାଯିବ ବୋଲି ଆଲୋଚନା କରାଯାଇଛି । ଇତିମଧ୍ୟରେ ଜିଲ୍ଲାର ୫୨ ବିଦ୍ୟାଳୟରେ ଏହି କାର୍ଯ୍ୟ ଶେଷ ହୋଇ ଥିବାବେଳେ ଅନ୍ୟ ବିଦ୍ୟାଳୟରେ କାର୍ଯ୍ୟ ଜାରିରହିଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.