ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ଜୟନ୍ତୀପୁରରୁ ୧୦ ଫୁଟର ଅହିରାଜ । ଗ୍ରାମର ହୃଷିକେଶ ପାଣିଗ୍ରାହୀଙ୍କ ଘର ବାରିପଟେ ବିରାଟ ସାପକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଏହି ସମୟରେ ସାପଟି ଘର ପଛପଟେ ଥିବା ଏକ ଶୁଖିଲା କେନାଲ ମଧ୍ୟକୁ ପଳାଇଥିଲା । ଏହାପରେ ବନ କର୍ମଚାରୀ ଜିତେନ୍ଦ୍ର ଦାସ କୌଶଳକ୍ରମେ ସାପଟିକୁ କାବୁ କରିବାରେ ସଫଳ ହୋଇଥିଲେ । ଏହାପରେ ସାପଟିକୁ ସୁରକ୍ଷିତ ଭାବେ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ