ETV Bharat / city

ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ବଜାଇ ପ୍ରତିବାଦ ଜଣାଇଲେ ସେବାୟତ - covid19 guideline tempel open news

କୋଭିଡ-୧୯ ଗାଇଡ଼ ଲାଇନ ଅନୁଯାୟୀ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ସେବାୟତ । ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିର ସମ୍ମୁଖରେ ସେବାୟତମାନେ ବୁଧବାର ସକାଳ ୯ ମିନିଟରେ ଘଣ୍ଟ ବଜାଇ ଅଭିନବ ପ୍ରତିବାଦ ଜଣାଇଛନ୍ତି। ଅଧିକ ପଢନ୍ତୁ...

ମନ୍ଦିର ଖୋଲିବାକୁ ଦାବିକରି ଘଣ୍ଟା ବଜାଇ ପ୍ରତିବାଦ ଜଣାଇଲେ ସେବାୟତ

author img

By

Published : Oct 7, 2020, 5:23 PM IST

ବାରିପଦା: କୋଭିଡ-୧୯ ଗାଇଡ଼ ଲାଇନ ଅନୁଯାୟୀ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ସେବାୟତ । ବୁଧବାର ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ହରିବଳଦେଵ ଜୀଉଙ୍କ ମନ୍ଦିର ସମ୍ମୁଖରେ ଅଭିନବ ଉପାୟରେ ସେବାୟତମାନେ ଘଣ୍ଟ ବଜାଇ ପ୍ରତିବାଦ ଜଣାଇଛନ୍ତି ।

ମନ୍ଦିର ଖୋଲିବାକୁ ଦାବିକରି ଘଣ୍ଟା ବଜାଇ ପ୍ରତିବାଦ ଜଣାଇଲେ ସେବାୟତ

ରାଜ୍ୟର ସମସ୍ତ ମଠ ମନ୍ଦିର ଗୁଡିକୁ ଖୋଲିବାକୁ ଦାବି କରି ବୁଧବାର ରାଜ୍ୟବ୍ୟାପୀ ସେବାୟତମାନେ ବିଭିନ୍ନ ମନ୍ଦିର ସମ୍ମୁଖରେ ଘଣ୍ଟ ବଜାଇ ପ୍ରତିବାଦ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିର ସମ୍ମୁଖରେ ସେବାୟତମାନେ ବୁଧବାର ସକାଳ ୯ ଘଟିକା ସମୟରେ ୯ ମିନିଟ ଘଣ୍ଟ ବଜାଇ ଅଭିନବ ପ୍ରତିବାଦ ଜଣାଇଛନ୍ତି । ସେବାୟତଙ୍କ ଅଭିଯୋଗ ଅନୁଯାୟୀ ଅନ୍ୟ ରାଜ୍ୟ ଗୁଡିକରେ ସରକାର ମନ୍ଦିର ସବୁ ଖୋଲି ସାରିଥିବାବେଳେ ଆମ ରାଜ୍ୟର ସରକାର ମଠ ମନ୍ଦିର ସବୁ ବନ୍ଦ ରଖିଛନ୍ତି । ତେବେ କୋଭିଡ-୧୯ ର ଗାଇଡ଼ଲାଇନ ଅନୁଯାୟୀ ମଠ ମନ୍ଦିର ଖୋଲିବାକୁ ଦାବି କରିଛି ସେବାୟତ ସଂଘ । ସେବାୟତଙ୍କ ଅଭିଯୋଗ ମନ୍ଦିରରେ କାର୍ଯ୍ୟରତ ସେବାୟତ ବୃନ୍ଦ ଏହି ମନ୍ଦିରରୁ ପାଉଥିବା ପ୍ରାପ୍ୟରୁ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି ।

ବର୍ତ୍ତମାନ ସମୟରେ କୋରୋନା କଟକଣା କୋହଳ କରାଯାଇ ବିଭିନ୍ନ କାର୍ଯ୍ୟ କରାଯାଉଥିବାବେଳେ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ବେ ମନ୍ଦିର ନଖୋଲିବା ନେଇ ବିଭିନ୍ନ ଉପାୟରେ ସେବାୟତମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.