ETV Bharat / city

ଅନଲାଇନ ପରୀକ୍ଷା ଦାବି, ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କୋରୋନା ସଂକ୍ରମଣ ବଢୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା ଦାବି କରି ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

author img

By

Published : Sep 5, 2020, 1:56 PM IST

ଅନଲାଇନ ପରୀକ୍ଷା ଦାବି, ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଅନଲାଇନ ପରୀକ୍ଷା ଦାବି, ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବାରିପଦା: କୋରୋନା ସଂକ୍ରମଣ ବଢୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା ଦାବି । ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ।

ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗର ଶେଷ ସେମିଷ୍ଟର ଅଫଲାଇନ ପରୀକ୍ଷା କରାଇବା ବିରୋଧରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଛନ୍ତି । କୋଭିଡ ନିୟମ ପାଳନକରି ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଏହାସହ କର୍ତ୍ତୃପକ୍ଷ ବାରମ୍ବାର ପରୀକ୍ଷା ପାଇଁ ନୋଟିସ ବଦଳାଇବା ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ଜାହିର କରିଛନ୍ତି ।

ଅନ୍ୟପକ୍ଷରେ ମହାମାରୀ କୋରୋନା ସମୟରେ ପରୀକ୍ଷା ପାଇଁ ନୋଟିସ ଦେଇଥିବାବେଳେ ବାହାର ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରେ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରିଛନ୍ତି । ଏହାସହ ସ୍ଥାନୀୟ ଅଞ୍ଚଳରେ ଘରଭଡା ନେଇ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଘରେ ନରଖିବାକୁ ଘର ମାଲିକ ସିଧାସଳଖ ମନା କରୁଥିବାରୁ ଏଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଏମାନେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.