ETV Bharat / city

ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ କନଷ୍ଟେବଳ ଚମ୍ପଟ, ପୋଲିସର ଖାନତଲାସି ଜାରି - କନଷ୍ଟେବଳ ଘରେ ଭିଜିଲାନ୍ସ ଚଢାଉ

ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ ଚମ୍ପଟ ମାରିଲେ କନଷ୍ଟେବଳ । ରେଳ, ରାଜପଥ ସିଲ୍ କରି ପୋଲିସର ଖାନତଲାସି । ଅଧିକ ପଢନ୍ତୁ

ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ କନଷ୍ଟେବଳ ଚମ୍ପଟ, ପୋଲିସର ଖାନତଲାସି ଜାରି

author img

By

Published : Jan 11, 2022, 9:41 PM IST

ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ ଚମ୍ପଟ ମାରିଛନ୍ତି କନଷ୍ଟେବଳ । ଜିଲ୍ଲାରେ ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ବାରିପଦାସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ଜାରିଥିବା ସମୟରେ ସେ ଘରର ଛାତ ବାଲକୋନିରୁ ଲମ୍ଫ ମାରି ଫେରାର ହୋଇଯାଇଥିବା ଜଣାପଡିଛି ।

ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ କନଷ୍ଟେବଳ ଚମ୍ପଟ, ପୋଲିସର ଖାନତଲାସି ଜାରି

କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ବଶୁର ଘର, ନିଜସ୍ୱ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଆଜି(ମଙ୍ଗଳବାର) ସକାଳୁ ଚଢାଉ ଆରମ୍ଭ କରିଥିଲା ଭିଜିଲାନ୍ସ । ମୟୂରଭଞ୍ଜ ପୋଲିସ SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟ ଭିଜିଲାନ୍ସଙ୍କ ସ୍କାନରରେ ଥିଲେ । ଏନେଇ ବାରିପଦାର ଭଞ୍ଜପୁରସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ପ୍ରକ୍ରିୟା ସମୟରେ କନଷ୍ଟେବଳ କୌଶଳବଶତଃ ଘରର ଛାତ ବାଲକୋନି ଡେଇଁ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ପୋଲିସ ଟିମ ପକ୍ଷରୁ ବାରିପଦାରୁ ଯାଉଥିବା ଟ୍ରେନ ସମେତ ବସ ଆଦିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପ୍ରକ୍ରିୟା ଜାରି ରହିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପଟେ ଭିଜିଲାନ୍ସ ପକ୍ଷରୁ ଜବତ ସାମଗ୍ରୀର ତଥ୍ୟ ପ୍ରଦାନ କରାଯାଇଛି । ଚଢ଼ାଉ ସମୟରେ ମିଳିଥିବା ତଥ୍ୟ ଆଧାରରେ ବାରିପଦା ସ୍ଥିତ ହୋତା ଗ୍ୟାସ ଏଜେନ୍ସି, ଯାହା ନିହାରଙ୍କ ପତ୍ନୀ ପିଙ୍କି ଦଣ୍ଡପାଟଙ୍କ ନାମରେ ବ୍ୟବସାୟ କରାଯାଉଥିଲା ସେଠାରେ ଚଢ଼ାଉ କରାଯାଇଛି । ଏଠାରୁ ୩୫୦ ଟି ଗ୍ୟାସ ପୂର୍ଣ୍ଣ ଥିବା ସିଲିଣ୍ଡର, ୫୪୩ ଟି ଖାଲି ସିଲିଣ୍ଡର ସହ ୩ ଟି ଟ୍ରକ, ୧୦ ଟି ଅଟୋ, ୨ ଟି କାର ଓ ୪ ଟି ବାଇକ ଜବତ ହୋଇଛି । ଏଥି ସହିତ ବାରିପଦାର ଅମ୍ବିକା ସାହିସ୍ଥିତ କମ୍ପ୍ୟୁଟର ଦୋକାନରୁ ସମସ୍ତ ସାମଗ୍ରୀରୁ ଯାଞ୍ଚ ପ୍ରକ୍ରିୟା ଜାରିରହିଛି । ଆଗକୁ ଅନ୍ୟ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ବାରିପଦା ଭଞ୍ଜପୁରସ୍ଥିତ ବାସଭବନ ବାଲକୋନି ଉପରେ ସ୍ବିମିଂ ପୋଲ ଠାବ କରିଛି ଭିଜିଲାନ୍ସ ବିଭାଗ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.