ବାରିପଦା: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଶନିବାର ମୟୂରଭଞ୍ଜ ଜିଲ୍ଲାରୁ ପୁଣି ୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮ଜଣ ଆକ୍ରାନ୍ତ ସକ୍ରିୟ ଥିବାବେଳେ ୨୦ ଜଣ ସୁସ୍ଥ ହୋଇଥିବା ଜଣାପଡିଛି।
ଚିହ୍ନଟ ହୋଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୪ ଜଣ କୌଣସି କ୍ବାରେଣ୍ଟାଇନ ସେଣ୍ଟରରେ ନଥିଲେ କି ବାହାର ରାଜ୍ୟରୁ ଆସିନାହାଁନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଚିହ୍ନଟ ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ସାହି ଓ ଖୁଣ୍ଟା ବ୍ଲକରୁ ୨ ଜଣ ଥିବାବେଳେ ଶୁକିଆପଦା, କୁଳିଅଣା, ବାରିପଦା, ରରୁଆଁ, ମୋରୋଡା ବ୍ଲକର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି(ଶନିବାର) ଚିହ୍ନଟଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ୨ଜଣ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁରୁ ଜଣେ ଲେଖାଏଁ ଫେରିଛନ୍ତି।
ନୂଆ ଚିହ୍ନଟ ୯ ଜଣଙ୍କ ମଧରୁ ୫ ଜଣ ନିଜ ନିଜ ବ୍ଲକ ଅଞ୍ଚଳରେ ଥିବା କ୍ୟାରେଣ୍ଟଇନ ସେଣ୍ଟରରେ ରହୁଥିବା ଜଣାପଡିଛି। ଅନ୍ୟ ୪ ଜଣ କୌଣସି କ୍ବାରେଣ୍ଟାଇନ ସେଣ୍ଟରରେ ନଥିଲେ । ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।
ତେବେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ବାଙ୍କୀସୋଲସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ