ETV Bharat / city

ପ୍ରତାରଣା ଦେଲା ପ୍ରେମିକ, ଆତ୍ମାହୁତି ଉଦ୍ୟମ କଲା ପ୍ରେମିକା

ବାଲେଶ୍ବର ଜିଲ୍ଲାରେ ପ୍ରେମିକ ଠାରୁ ପ୍ରତାରଣା ପାଇବା ପରେ ଆତ୍ମାହୁତି ଉଦ୍ୟମ କରିଛି ପ୍ରେମିକା । ଅଧିକ ପଢନ୍ତୁ...

ପ୍ରତାରଣା ଦେଲା ପ୍ରେମିକ, ଆତ୍ମାହୁତି ଉଦ୍ୟମ କଲା ପ୍ରେମିକା
ପ୍ରତାରଣା ଦେଲା ପ୍ରେମିକ, ଆତ୍ମାହୁତି ଉଦ୍ୟମ କଲା ପ୍ରେମିକା
author img

By

Published : Jul 4, 2021, 7:48 PM IST

ବାଲେଶ୍ବର: ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମରେ ଧୋକା ମିଳିବା ପରେ ଶେଷରେ ପ୍ରେମିକା ନ୍ୟାୟ ଦାବି କରି ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଛି । ଏମିତି ଘଟଣା ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପରିସରରେ ଦେଖିବାକୁ ମିଳିଛି ।

ପ୍ରତାରଣା ଦେଲା ପ୍ରେମିକ, ଆତ୍ମାହୁତି ଉଦ୍ୟମ କଲା ପ୍ରେମିକା

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଅଗରପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କ ସିମୁଳିଆ ଥାନା କୁପୁରା ଅଞ୍ଚଳର ଜସିମ ସାହାଜିଙ୍କ ସହ ଫେସବୁକରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ବିବାହର ପ୍ରତିଶୃତି ଓ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ସମୟକ୍ରମେ 2 ଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ଚେନ୍ନାଇର ଏକ ହୋଟେଲରେ ରହିଥିଲେ । ଏବେ ଯୁବତୀ ଜଣକ ୫ ମାସର ଗର୍ଭବତୀ ହୋଇଥିବା ବେଳେ ଅଚାନକ ଯୁବକ ଭୁବନେଶ୍ବରରୁ ଯୁବତୀକୁ ଏକୁଟିଆ ଛାଡି ପଳେଇ ଆସିଥିଲେ ।

ଯୁବକ ଜଣକ ଫୋନ କଲେ ଉଠାଉ ନଥିବାରୁ ଯୁବତୀ ଜଣଙ୍କ ଗତ ମାସ ଜୁନ 9 ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପରେ ଯୁବତୀ ଜଣଙ୍କ ଥାନା ଆଗରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ଯୁବତୀଙ୍କୁ ଆତ୍ମାହୁତିରୁ ନିବୃତ୍ତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.