ETV Bharat / city

ଜମିଜମା ଗଣ୍ଡଗୋଳରେ ମହିଳା ମୃତ - woman died on Land dispute clash in balasore

ସିମୁଳିଆ ଥାନା ମାଣିତ୍ରୀ ଅଞ୍ଚଳରେ ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

woman died
ଜମିଜମା ଗଣ୍ଡଗୋଳରେ ମହିଳା ମୃତ
author img

By

Published : Mar 26, 2020, 2:56 PM IST

ବାଲେଶ୍ଵର: ସିମୁଳିଆ ଥାନା ମାଣିତ୍ରୀ ଅଞ୍ଚଳରେ ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ମାଣିତ୍ରୀ ଗ୍ରାମର ମଧୁସୂଦନ ଗୋଛାୟତ ଓ ପଡୋଶୀ ଜଗବନ୍ଧୁ ସେଠୀଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା। ଏହାର ସମାଧାନ ପାଇଁ ଗ୍ରାମରେ ଦୁଇପକ୍ଷଙ୍କୁ ନେଇ ଏକ ବୈଠକ ବସିଥିଲା।

ଜମିଜମା ଗଣ୍ଡଗୋଳରେ ମହିଳା ମୃତ

ବୈଠକ ଚାଲୁଥିବାବେଳେ କଥା କଟାକଟି ହୋଇ ଉଭୟ ପକ୍ଷ ଭିତରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଗଣ୍ଡଗୋଳରେ ମଧୁସୂଦନଙ୍କ ସ୍ତ୍ରୀ ରଙ୍ଗଲତା ଗୋଚ୍ଛାୟତ ଓ ଝିଆରୀ ପୂଜାରାଣୀ ଗୋଛାୟତ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ରଙ୍ଗଲତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ରଙ୍ଗଲତାଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ପରିବାର ଲୋକେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଦୁଇଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.