ETV Bharat / city

ବାଲେଶ୍ବର ସଦର ଉପନିର୍ବାଚନରେ 3 ନୂଆ ମୁହଁ, ଦ୍ଵନ୍ଦରେ ଭୋଟର ! - ବାଲେଶ୍ବର ସଦର ଉପନିର୍ବାଚନ

୨୦୧୯ ସାଧାରଣ ନିର୍ବାଚନର ମାତ୍ର ଏକ ବର୍ଷ ପରେ ପୁନର୍ବାର ନିଜର ମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ଭୋଟର । ଚଳିତ ଉପନିର୍ବାଚନରେ ତିନି ଜଣ ପ୍ରାର୍ଥୀ ନୂଆମୁହଁ ହୋଇଥିବା ବେଳେ ଭୋଟର କାହା ପ୍ରତି ନିଜର ସମର୍ଥନ ଜାହିର କରିବେ ତାହା ବିରାଟ ପ୍ରଶ୍ନବାଚୀ । ଅଧିକ ପଢନ୍ତୁ...

ବାଲେଶ୍ବର ସଦର ଉପନିର୍ବାଚନରେ 3 ନୂଆ ମୁହଁ, ଦ୍ଵନ୍ଦରେ ଭୋଟର !

author img

By

Published : Oct 18, 2020, 7:35 PM IST

Updated : Oct 18, 2020, 8:11 PM IST

ବାଲେଶ୍ବର: ବାଜିସାରିଲାଣି ବାଲେଶ୍ବର ସଦର ଉପନିର୍ବାଚନ ବିଗୁଲ । ମଇଦାନକୁ ଓହ୍ଲାଇବା ସହ ପ୍ରସ୍ତୁତି ଅଭିଯାନ ଆରମ୍ଭ କରିଦେଇଛନ୍ତି ସମସ୍ତ ଦଳ । ସଦର ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଏ କାନି ପତାଇ ଭୋଟ ମାଗିଲେଣି କିଏ ପୁଣି ମହିଳା ପ୍ରାର୍ଥୀଙ୍କୁ ନେଇ କାର୍ଡ ଖେଳିବା ଆରମ୍ଭ କଲେଣି । ୨୦୧୯ ସାଧାରଣ ନିର୍ବାଚନର ମାତ୍ର ଏକ ବର୍ଷ ପରେ ପୁନର୍ବାର ନିଜର ମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ଭୋଟର । ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ପୁଣିଥରେ ସମସ୍ତ ଦଳକୁ ଉପନିର୍ବାଚନ ଲଢିବା ପାଇଁ ଆଉ ଏକ ସୁଯୋଗ ମିଳିଛି । ଏହାରି ଭିତରେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପିର ବିଧାୟକ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।

ବାଲେଶ୍ବର ସଦର ଉପନିର୍ବାଚନରେ 3 ନୂଆ ମୁହଁ, ଦ୍ଵନ୍ଦରେ ଭୋଟର !

ଗତ ନିର୍ବାଚନ ଗୁଡିକରେ ଏକଦା ବିଜେଡ଼ିର ଗଡ଼ ଥିବା ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ୩ ଥରର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ମାତ ଦେଇ ବିଜୟ ଲାଭ କରିବାରେ ସଫଳ ହୋଇଥିଲା ବିଜେପି । ବିଜେପିର ଟାଣୁଆ ନେତା ମଦନ ମୋହନ ଦତ୍ତ ୧୩ ହଜାରରୁ ଅଧିକ ଭୋଟରେ ଜୀବନ ପ୍ରଦୀପ ଦାଶଙ୍କୁ ପରାସ୍ତ କରି ସଦର ମହକୁମା ଦଖଲ କରିବା ସହ ବିଜେଡି ଆଗରେ ଜାହିର କରିଥିଲେ ନିଜର ପତିଆରା । ଉପନିର୍ବାଚନରେ ସ୍ବର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ମାନସ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ପରେ ନିଜର ପ୍ରଚାର ଆରମ୍ଭ କରିସାରିଛନ୍ତି । ତାଙ୍କ ସହ ବିଜେପିର ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ଟାଣୁଆ ନେତା ସାମିଲ ହୋଇ ଭୋଟ ହାତେଇବାକୁ କରୁଛନ୍ତି ଭରପୁର ପ୍ରୟାସ । ବାପାଙ୍କ ସ୍ବପ୍ନ ପୂରଣ କରିବା ଓ ଅଧୁରା କାର୍ଯ୍ୟକୁ ଆଗକୁ ନେବା ପାଇଁ ନାରା ଦେଉଛନ୍ତି ମାନସ । ଏହାରି ମଧ୍ୟରେ ଜନସାଧାରଣଙ୍କ ସହାନୁଭୂତି ଜିଣିବାକୁ ଚେଷ୍ଟା ଜାରି ରଖିଛନ୍ତି ସେ । ସେପଟେ କଂଗ୍ରେସ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି ଖେଳିବାରେ ଲାଗିଛି ମହିଳା କାର୍ଡ ।

ବିଜେଡିରେ କିନ୍ତୁ ପ୍ରଥମରୁ ପ୍ରାର୍ଥୀ ଚୟନକୁ ନେଇ ଦେଖିବାକୁ ମିଳିଥିଲା ଅସନ୍ତୋଷ । ଦଳ ସ୍ବରୂପ ଦାସଙ୍କ ନାଁ ଘୋଷଣା କରିବା ପରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ସମର୍ଥକ ଏହାକୁ ସହଜରେ ହଜମ କରି ପାରିନଥିଲେ । ରବୀନ୍ଦ୍ର କିମ୍ବା ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ଦଳୀୟ ଟିକେଟ ଦେବାପାଇଁ ଅଡ଼ି ବସିଥିଲେ ସମର୍ଥକମାନେ । ଏହାକୁ ନେଇ ଅବଶ୍ୟ କିଛି ସମୟ ଅସନ୍ତୋଷର ବହ୍ନି ଜଳିଥିଲା, ମାତ୍ର ପୁଣି ଗୋଟିଏ ଦିନ ପରେ ଦଳୀୟ ନିଷ୍ପତ୍ତିକୁ ସାମୁହିକ ଭାବେ ଗ୍ରହଣ କରି ସ୍ବରୂପଙ୍କୁ ସମର୍ଥନ ଜଣାଇବା ପାଇଁ ରାଜି ହୋଇଥିଲେ ସମସ୍ତେ ।

ବିଜେଡିର ଅସନ୍ତୋଷ ଫାଇଦା କଂଗ୍ରେସ ଉଠାଇ ପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସ୍ବର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ସିମ୍ପାଥୀ ଭୋଟ ଅଧିକ ପାଇବେ ବୋଲି ଜୋର ଧରିଛି ଚର୍ଚ୍ଚା । ଏହାରି ଭିତରେ ଚଳିତ ଉପନିର୍ବାଚନରେ ତିନି ଜଣ ପ୍ରାର୍ଥୀ ନୂଆମୁହଁ ହୋଇଥିବା ବେଳେ ଭୋଟର କାହା ପ୍ରତି ନିଜର ସମର୍ଥନ ଜାହିର କରିବେ ତାହା ବିରାଟ ପ୍ରଶ୍ନବାଚୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ ରିପୋର୍ଟ, ଇଟିଭି ଭାରତ

Last Updated : Oct 18, 2020, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.