ETV Bharat / city

ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ

author img

By

Published : Oct 23, 2020, 10:07 AM IST

ବାଲେଶ୍ଵର ଜିଲ୍ଲା ଯୋଗାଣ ଅଧିକାରୀ ମିର ଅଲ୍ଲିଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସ ଚଢ଼ାଉ । ୨ ଲକ୍ଷ ୩୪ ହଜାର ୯୦୦ ଟଙ୍କା ଜବତ ହୋଇଥିବା ଜଣାପଡିଛି ।

ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ
ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ

ବାଲେଶ୍ଵର: ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସ ଚଢ଼ାଉ । ବେଆଇନ ଅର୍ଥ କାରବାର ଅଭିଯୋଗରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ଜିଲ୍ଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରୁ ଲକ୍ଷାଧିକ ବେଆଇନ ଅର୍ଥ ଜବତ କରିଛି ଭିଜିଲାନ୍ସ ଟିମ ।

ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ

ମିର ଅଲ୍ଲିଙ୍କ ପାଖରୁ ମୋଟ ୨ ଲକ୍ଷ ୩୪ ହଜାର ୯୦୦ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ତେବେ ଏହାସହ ଅଧିକ ଛାନଭିନ ଜାରି ରହିଛି । ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ ଜବତ ହୋଇଥିବା ଟଙ୍କାକୁ ନେଇ ଅସ୍ବୀକାର କରିଛନ୍ତି । କିଏ ଓ କେଉଁଠୁ ଏସବୁ ଟଙ୍କା ଆସିଲା ସେ ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.