ETV Bharat / city

ପଥର ଖନନକୁ ବିରୋଧ: ବାଲେଶ୍ବର ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଅନଶନ

author img

By

Published : Jan 9, 2021, 4:46 PM IST

ବାଲେଶ୍ବର କାଠଗୋଛିରେ ପଥର ଖାଦାନର ଖନନକୁ ବିରୋଧ କରି ବାଲେଶ୍ବର ଜିଲ୍ଲାପାଳଙ୍କ ବାସଭବନ ଆଗରେ ଆମରଣ ଅନଶନରେ ବିସିଛନ୍ତି କାଠଗୋଛି ସର୍ବାଙ୍ଗ ଉନ୍ନୟନ ମହାସଂଘ । ପଥର ଖନନ ଯୋଗୁଁ ଆଦିବାସୀ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

tribal protest in front of balasore collector office
ପଥର ଖନନକୁ ବିରୋଧ କରି ବାଲେଶ୍ବର ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଅନଶନ

ବାଲେଶ୍ଵର: ଜିଲ୍ଲାପାଳଙ୍କ ବାସଭବନ ଆଗରେ କାଠଗୋଛି ସର୍ବାଙ୍ଗ ଉନ୍ନୟନ ମହାସଂଘ ପକ୍ଷରୁ ଆମରଣ ଅନଶନ । ଆଦିବାସୀ ହରିଜନମାନେ ସାମୂହିକ ଭାବେ ଆମରଣ ଅନଶନରେ ବସିଛନ୍ତି ।

ଅନଶନରେ ବସିଥିବା ସଂଘର ଦାବି ଓ ଅଭିଯୋଗ ଅନୁସାରେ, କାଠଗୋଛିରେ ପଥର ଖାଦାନ ଚାଲିଥିବା ଯୋଗୁଁ ଲୋକଙ୍କ ଘରେ ପାଣି ପଶି ଯାଉଛି । ଯାହାକୁ ନେଇ ଆଦିବାସୀ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ପୂର୍ବରୁ ଜନସ୍ବାର୍ଥ ମାମଲା ରୁଜୁ ପରେ ପଥର ଖାଦାନ ବନ୍ଦ ରହିଥିଲା। ହେଲେ ପୁଣି ଏବେ ପଥର ଖାଦାନ ଖୋଳାଯିବା ଯୋଗୁଁ ସେଠାରେ ବସବାସ କରୁଥିବା ଲୋକମାନେ ଅସୁବିଧା ଭୋଗୁଛନ୍ତି। ଏଥିପାଇଁ ପଥର ଖାଦାନ ବନ୍ଦ ପାଇଁ ଦାବି ହୋଇଛି। ଖାଦାନ ଖୋଳାଯିବା ଯୋଗୁଁ ସେଠାରେ 3ଶହ ଫୁଟ ଗଭୀରର ଜଳାଶୟ ସୃଷ୍ଟି ହୋଇଛି। ଉକ୍ତ ଜଳାଶୟରେ ମତ୍ସ୍ୟ ପାଳନ ଓ ଜୈବିକ ଚାଷ ପାଇଁ ଏକ ଇକୋ ଫ୍ରେଣ୍ଡଲି ପର୍ଯ୍ୟଟନ ସ୍ଥଳରେ ରୂପାନ୍ତର କରିବା ପାଇଁ ଦାବି ହୋଇଛି ।

ସେହିପରି ବେଆଇନ ଭାବେ ହୋଇଥିବା ପଥର ଖାଦାନର ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏକ ନ୍ୟାୟିକ ଯାଞ୍ଚ ଆୟୋଗ ଗଠନ କରିବା ପାଇଁ ଦାବି କରିଛନ୍ତି। ଜିଲ୍ଲାପାଳ କାଠଗୋଛି ଅଞ୍ଚଳ ପରିଦର୍ଶନ କରି ଲିଖିତ ପ୍ରତିଶ୍ରୁତି ଦେବାପରେ ଆମରଣ ଅନଶନ ପ୍ରତ୍ୟାହାର ହେବ ବୋଲି କହିଛନ୍ତି ।

ବାଲେଶ୍ବରରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.