ETV Bharat / city

ବାଲେଶ୍ବରରେ ଆରମ୍ଭ ହେଲା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ଚାଲିଛି ଡକ୍ୟୁମେଣ୍ଟ ଯାଞ୍ଚ

author img

By

Published : Nov 2, 2021, 10:23 PM IST

ବାଲେଶ୍ବରରେ ଜାରି ରହିଛି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ହିନ୍ଦୀ ସଂସ୍କୃତ ଓ ପିଇଟି ଶିକ୍ଷକ ପାଇଁ ଚାଲିଛି ସାର୍ଟିଫିକେଟ ତର୍ଜମା ପ୍ରକ୍ରିୟା । ଅଧିକ ପଢନ୍ତୁ...

ବାଲେଶ୍ବରରେ ଆରମ୍ଭ ହେଲା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ଚାଲିଛି ଡକୁମେଣ୍ଟ ଯାଞ୍ଚ

ବାଲେଶ୍ବର: ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ଖାଲି ପଡିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଓ ADEOଙ୍କ ତତ୍ତ୍ୱାବଧାନରେ ଜିଲ୍ଲାରେ ହିନ୍ଦୀ ଓ PET ଶିକ୍ଷକଙ୍କ ନିଯୁକ୍ତି ପାଇଁ ଡକ୍ୟୁମେଣ୍ଟ ତଥା ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ।

ଗତ ଦୁଇଦିନ ଧରି ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫକେଟ ଯାଞ୍ଚ କାମ ଶେଷ ହୋଇଛି। ଏଥିପାଇଁ ସହରର ପବ୍ଲିକ ହାଇସ୍କୁଲରେ ସେଣ୍ଟର ହୋଇଥିଲା । ହିନ୍ଦୀରେ ୧୦୨ ଜଣ, PETରେ ୭୪ ଏବଂ ସଂସ୍କୃତରେ ୨୩୮ ଜଣ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ସରିଛି । ଗତକାଲି (ସୋମବାର) ସକାଳ ୧୦ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ଚାଲିଥିବାବଳେ, ଆଜି (ମଙ୍ଗଳବାର) ସକାଳ ୯ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା ।

ତେବେ ହିନ୍ଦି, ପିଇଟି ଓ ସଂସ୍କୃତ ପାଇଁ ସମୁଦାୟ ୪୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ଏଥିପାଇଁ ୬ଟି ଟିମରେ ୩ଜଣ ଲେଖାଏଁ ଅଧିକାରୀ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରୁଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.