ବାଲେଶ୍ବର: ଜିଲ୍ଲାର ଜଳେଶ୍ବରରୁ ଚନ୍ଦନେଶ୍ଵର ଯାଉଥିବା 57ନମ୍ବର ରାଜ୍ୟ ରାଜପଥର ତାଳବଣିଆ ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ଧକ୍କା ଯୋଗୁଁ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସକାଳ ସମୟରେ ଭୋଗରାଇ ଅଞ୍ଚଳରୁ ଯାତ୍ରୀ ନେଇ ନୁରାନୀ ନାମକ ଏକ ଘରୋଇ ବସ ଜଳେଶ୍ବର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଓଭରଟେକ କରୁଥିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ 14ଜଣ ଆହତ ହୋଇଥିବାବେଳେ ଡ଼୍ରାଇଭର ସମେତ ଆଠ ଜଣ ଗୁରୁତର ହୋଇ ଜଳେଶ୍ବର ଜୀକେ ଭଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୲
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ