ETV Bharat / city

ବାଲେଶ୍ଵର ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମେମୁ ଟ୍ରେନ୍‌ର କଲେ ଶୁଭାରମ୍ଭ

author img

By

Published : Jan 7, 2022, 9:31 PM IST

ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ ଭୁବନେଶ୍ବରରୁ ବାଲେଶ୍ବରକୁ ଏକ ଏକ ମେମୁ ଟ୍ରେନ୍‌ର ସମ୍ପ୍ରାସାରଣର ଶୁଭାରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ବାଲେଶ୍ଵର ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମେମୁ ଟ୍ରେନ୍‌ର କଲେ ଶୁଭାରମ୍ଭ
ବାଲେଶ୍ଵର ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମେମୁ ଟ୍ରେନ୍‌ର କଲେ ଶୁଭାରମ୍ଭ

ବାଲେଶ୍ଵର: ଜିଲ୍ଲା ଗସ୍ତରେ ଆସିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ସେ ଭୁବନେଶ୍ବରରୁ ବାଲେଶ୍ବରକୁ ଏକ ଏକ ମେମୁ (Mainline Electric Multiple Unit) ଟ୍ରେନ୍‌ର ସମ୍ପ୍ରାସାରଣର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଏହି ଟ୍ରେନ୍‌ କେବଳ ଭଦ୍ରକ ପର୍ଯ୍ୟନ୍ତ ଆସୁଥିଲା । ତେବେ ଶୁକ୍ରବାରଠାରୁ ଏହି ଟ୍ରେନ ବାଲେଶ୍ବରରୁ ଚଳାଚଳ ଆରମ୍ଭ କରିଛି ।

ଏହାପରେ ରେଳ ଷ୍ଟେସନରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହପରେ ସେ ନିଳଗିରୀ ଗୋପିନାଥପୁର ଗସ୍ତ କରିଥିଲେ । ସେଠାରେ ପ୍ରଭୁ କ୍ଷୀରଚୋରା ଗୋପୀନାଥଙ୍କୁ ଦର୍ଶନ କରିବା ପରେ ସେଠାରେ ମଧ୍ୟ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଭଦ୍ରକ-ଖଡ଼ଗପୁର ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟ ଅଧୀନରେ ବସ୍ତା ରେଳ ଷ୍ଟେସନ ଓ ଷ୍ଟେସନ ଗୃହର ଉଦଘାଟନ କରିଛନ୍ତି।

ଶେଷରେ ଜଳେଶ୍ବରରେ ଥିବା ନୂଆ ଷ୍ଟେସନ ଗୃହର ଶିଳାନ୍ୟାସ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ବାଲେଶ୍ଵରର ଜିଲ୍ଲାପାଳ ଥିବା ବେଳର ସ୍ମୃତି ବଖାଣିବା ସହ ବିକାଶର ଧାରାକୁ ଆଗେଇ ନେବାପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ୧୯୯୯ରୁ ୨୦୦୧ଯାଏଁ ସେ ଥିଲେ ବାଲେଶ୍ବର ଜିଲ୍ଲାପାଳ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.