ETV Bharat / city

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ବିକ୍ଷୋଭ - ସ୍ଥାୟୀ ନିଯୁକ୍ତି ଦାବି ବାଲେଶ୍ବର

ବାଲେଶ୍ବରରେ ଆୟୁଷ ଡାକ୍ତରମାନଙ୍କ ବିକ୍ଷୋଭ । ଡାକ୍ତରଙ୍କ ପକ୍ଷରୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ବିକ୍ଷୋଭ

author img

By

Published : Nov 20, 2020, 4:44 PM IST

ବାଲେଶ୍ବର: ବାଲେଶ୍ବରରେ ଆୟୁଷ ଡାକ୍ତରଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାୟୀ ନିଯୁକ୍ତି ପାଇଁ ଡାକ୍ତରମାନେ ଦାବି କରିଛନ୍ତି । କୋରୋନା ସମୟରେ ନିଯୁକ୍ତି ଦେଇ ଏବେ ଚାକିରିରୁ ଛଟେଇ କରିବାକୁ ନେଇ ବିରୋଧ କରିଛନ୍ତି ଆୟୁଷ ଡାକ୍ତର । ତେବେ ଆୟୁଷ ଡାକ୍ତରଙ୍କ ଦାବି ଅନୁଯାୟୀ ବର୍ତ୍ତମାନ ସମସ୍ତ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ।

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ବିକ୍ଷୋଭ

ସୂଚନା ଅନୁଯାୟୀ ମେ ମାସରେ ଯେତେବେଳେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ଦୈନିକ ଭତ୍ତା ଭିତ୍ତିରେ ଆୟୁଷ ଡାକ୍ତରମାନଙ୍କୁ ତିନିମାସ ପାଇଁ ନିଯୁକ୍ତି ଦିଆଯାଇଥିଲା । ଏହି ଡାକ୍ତରମାନେ ମେ 13 ତାରିଖରୁ ନିଯୁକ୍ତି ପାଇଥିଲେ । ଏବେ 3 ମାସ ପୁରି ଯାଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଛଟେଇ କରି ଦିଆଯାଉଛି । ଯାହାକୁ ଡାକ୍ତରମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି ।

ତେବେ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଅଧିକ ଦିନ ନିକ୍ଷୁକ୍ତି ଦିଆଯାଉ ଥିବାବେଳେ ଆୟୁଷ ଡାକ୍ତରମାନଙ୍କ ପ୍ରତି ଅବହେଳା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଚୁକ୍ତି ଅବଧି ବୃଦ୍ଧି କରିବା ସହ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛନ୍ତି ଆୟୁଷ ଡାକ୍ତର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.