ETV Bharat / city

ଯାତ୍ରା କଳାକାରଙ୍କୁ ମାଡ଼ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଶୂନ - କଳାକାର ଦମ୍ପତିଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗ

ବାଲେଶ୍ଵର ଜିଲ୍ଲା ବାହାନଗା ଅଞ୍ଚଳରେ କଳାକାର ଦମ୍ପତିଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗ । ଏନେଇ ଥାନାରେ ଏତଲା ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ ଅଭିଯୋଗ । ଅଧିକ ପଢନ୍ତୁ

ଯାତ୍ରା କଳାକାରଙ୍କୁ ମାଡ଼ ଅଭିଯୋଗ
ଯାତ୍ରା କଳାକାରଙ୍କୁ ମାଡ଼ ଅଭିଯୋଗ
author img

By

Published : Sep 23, 2022, 5:00 PM IST

ବାଲେଶ୍ବର: କଳାକାର ଦମ୍ପତିଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗ । ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାହାନଗା ଅଞ୍ଚଳରେ ।

ଯାତ୍ରା କଳାକାରଙ୍କୁ ମାଡ଼ ଅଭିଯୋଗ

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ବାହାନଗା ଅଞ୍ଚଳର ଯାତ୍ରା କଳାକାର ଦମ୍ପତିଙ୍କ ଉପରେ ନିର୍ଯାତନା ଅଭିଯୋଗ ହୋଇଛି । ପାର୍ବତୀ ଗଣନାଟ୍ୟରେ ବାହାନଗା ଅଞ୍ଚଳର ବିକାଶ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ଡ୍ୟାନ୍ସର ଭାବେ କାର୍ଯ୍ୟ କରୁଥିଲେ । ଗତ 2 ତାରିଖରେ ବିରମହାରାଜପୁରରେ ପାର୍ବତୀ ଗଣନାଟ୍ୟର ମ୍ୟାନେଜର ପ୍ରତାପ ଦାସ ଓ ବିଜୟ ସ୍ୱାଇଁ ଖାଦ୍ୟ ପରଷିବାକୁ ବିକାଶକୁ ମାଡ଼ ମାରିଥିଲେ । ଏହା ଦେଖି ସ୍ତ୍ରୀ ସୁକାନ୍ତି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ ମରାଯିବା ସହ ଛୋଟ ଶିଶୁକୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ବ

ମାଡ଼ରେ ବିକାଶଙ୍କ ଛାତି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିଲା । ସେହିଦିନ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଯାତ୍ରା କ୍ୟାମ୍ପ ଛାଡି ଲୁଚି ବାହାନଗା ଅଞ୍ଚଳକୁ ପଳାଇ ଆସିଥିଲେ । ଏହାକୁ ନେଇ ସୁକାନ୍ତି ଅନଲାଇନରେ ବିରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ 20 ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାତ୍ରାରେ ଡ୍ୟାନ୍ସ କରି ପରିବାର ଚଳାଉଥିବା ଏହି ଦମ୍ପତି ଆଜି ରୋଜଗାର ହରାଇ ଭୋକ ଉପାସରେ ଚଳୁଥିବା ଦେଖିବାକୁ ମିଳିଛି ।

କଳାକାର ସୁକାନ୍ତିଙ୍କ କହିବା ଅନୁସାରେ, " ମୋ ସ୍ବାମୀ ବିକାଶ ମେସକୁ ଖାଇବା ଆଣିବା ପାଇଁ ଯାଇଥିଲେ । ସେଠାରେ କେହି ଖାଇବାକୁ ଦେଉନଥିବା ବେଳେ ନିଜେ ଖାଇବା ବାଢି ଆଣିଥିଲେ । ଏହି ସମୟରେ ପାର୍ବତୀ ଗଣନାଟ୍ୟର ମ୍ୟାନେଜର ପ୍ରତାପ ଦାସ ଓ ବିଜୟ ସ୍ୱାଇଁ ଆସି ତୁ ଅଜାତି କାହିଁକି ଖାଇବା ଛୁଇଁଲ ବୋଲି ପ୍ରଶ୍ନ କରିଥିଲେ । ମୋ ସ୍ବାମୀଙ୍କର ଖାଇବା ଛୁଇଁବା କଣ ଭୁଲ ? କିଏ ନଦେଲେ ବୋଲି ମୋ ସ୍ବାମୀ ବାଢିକି ଖାଇବା ଆଣି କଣ ଭୁଲ କଲେ । ଏହି କଥାକୁ ନେଇ ମୋ ସ୍ବାମୀକୁ ବହୁତ ମାରଧର କରିଛନ୍ତି । ମୁଁ ସେହି ସମୟରେ ଘରେ ଥିଲି । ପରେ ଯାଇକି ପଚାରିବା ପରେ ମୋତେ ବି ମାରଧର କରିଥିଲେ । ଏହା ସହ ମୋ ଛୁଆକୁ ମଧ୍ୟ ମାରପିଟ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଛି କିନ୍ତୁ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.