ETV Bharat / city

୯ ଦିନରେ ପହଞ୍ଚିଲା ଓମଫେଡ କର୍ମଚାରୀଙ୍କ ଧାରଣା, କଳାବ୍ୟାଚ ପିନ୍ଧି ପ୍ରତିବାଦ - ବାଲେଶ୍ବରରେ ଓମଫେଡ କର୍ମଚାରୀଙ୍କ ଧାରଣା

ଓମଫେଡ ଏମ୍ପ୍ଲଇଜ ୟୁନିଅନ ବାଲେଶ୍ଵର ଶାଖା ପକ୍ଷରୁ କର୍ମଚାରୀଙ୍କ ୨୧ ଦଫା ଦାବି ନେଇ ଜୁଲାଇ 25 ତାରିଖରୁ ଆରମ୍ଭ ହୋଇଥିବା ପ୍ରତିବାଦ ୯ ଦିନରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

omfed company employees protest in balasore
୯ ଦିନରେ ପହଞ୍ଚିଲା ଓମଫେଡ କର୍ମଚାରୀଙ୍କ ଧରଣା, କଳାବ୍ୟାଚ ପିନ୍ଧି ପ୍ରତିବାଦ
author img

By

Published : Aug 2, 2022, 7:54 PM IST

ବାଲେଶ୍ବର: ଓମଫେଡ ଏମ୍ପ୍ଲଇଜ ୟୁନିଅନ ବାଲେଶ୍ଵର ଶାଖା ପକ୍ଷରୁ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଦିଆଯାଇଥିବା ଧାରଣା ୯ ଦିନରେ ପହଞ୍ଚିଛି । ରେମୁଣା ସ୍ଥିତ ଓମଫେଡ ବାଲେଶ୍ବର ଡେରୀ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଚ ପିନ୍ଧି କର୍ମଚାରୀମାନେ ପ୍ରତିବାଦ କରିଛନ୍ତି ।

୯ ଦିନରେ ପହଞ୍ଚିଲା ଓମଫେଡ କର୍ମଚାରୀଙ୍କ ଧରଣା

ଜୁଲାଇ 25 ତାରିଖରୁ ଏହି ପ୍ରତିବାଦ ଆରମ୍ଭ ହୋଇଛି । 21ଟି ଦାବି ସମୂହକୁ ନେଇ କର୍ମଚାରୀମାନେ ଧାରଣାରେ ବସିଥିବା ବେଳେ 3 ତାରିଖରେ ସେମାନଙ୍କ ସହ ଆଲୋଚନା କରିବା ପାଇଁ ମ୍ୟାନେଜମେଣ୍ଟ ସ୍ଥିର କରିଥିବା ଜଣାପଡ଼ିଛି। କର୍ମଚାରୀଙ୍କ ଦାବି ଅନୁସାରେ, ସପ୍ତମ ବେତନ କମିଶନ ଲାଗୁ ହେବାପରେ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବା, ଠିକା କର୍ମଚାରୀଙ୍କ ପାଇଁ ଉପଯୁକ୍ତ ଦରମା ଲାଗୁ କରିବା, ବଦଳି ନିୟମରେ ସଠିକ ଭାବେ ନିଷ୍ପତ୍ତି ନେବା ସହ ନୂତନ ନିଯୁକ୍ତିରେ ସ୍ବଚ୍ଛତା ରଖିବା ଭଳି ଦାବି ଉପସ୍ଥାପନ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.