ETV Bharat / city

ଉତ୍ତର ଓଡିଶା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଉଠିଲା ଦାବି - ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ

ଉତ୍ତର ଓଡିଶା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଉଠିଲା ଦାବି । ଏନେଇ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ

ଉତ୍ତର ଓଡି଼ଶା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଉଠିଲା ଦାବି

author img

By

Published : Sep 12, 2022, 10:54 PM IST

ବାଲେଶ୍ବର: ଉତ୍ତର ଓଡି଼ଶା ପର୍ଯ୍ୟଟନ ସ୍ଥଳୀର ବିକାଶ ନେଇ ଉଠିଲା ଦାବି । ଆଜି ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ବାଲେଶ୍ବର, ମୟୂରଭଞ୍ଜ, ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଓ ଅବହେଳିତ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ନେଇ ଦାବି କରିଛି ପରିଷଦ । ବିକାଶ ନ ହେଲେ ଆଗକୁ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ଉତ୍ତର ଓଡି଼ଶା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଉଠିଲା ଦାବି

ବିକାଶ କାର୍ଯ୍ୟରେ ବିଶେଷ କରି ଅମର୍ଦା ଏୟାର ଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ରାସଗୋବିନ୍ଦପୁରରୁ ରାଜଭବନ ପର୍ଯ୍ୟନ୍ତ ଅକ୍ଟୋବର ୧୧ ରୁ ଏକ ପଦଯାତ୍ରା ଆୟୋଜିତ ହେବ। ଏହାସହ ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖ ଅର୍ଥାତ ଜାତୀୟ ଯୁବ ଦିବସ ଅବସରରେ ଉତ୍ତର ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଓ ଆତ୍ମନିଯୁକ୍ତି ସୃଷ୍ଟି କରିବା ପାଇଁ 'ପର୍ଯ୍ୟଟନ ବିକାଶ ରଥ' ଆରମ୍ଭ କରାଯିବ । ଉତ୍ତର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଆଖିଦୃଶିଆ ଉନ୍ନତି ହୋଇପାରିନଥିବା ବେଳେ ସେଥିପ୍ରତି ବିଭାଗୀୟ ମନ୍ତ୍ରୀଙ୍କ କୌଣସି ଦୃଷ୍ଟି ନଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ଉଦାହରଣ ସାଜିଲେ ବିଧାୟକ, ସ୍କୁଲ ପରିଭ୍ରମଣ ବେଳେ କଲେ ଶୌଚାଳୟ ସଫେଇ

ପର୍ଯ୍ୟଟନ ସ୍ଥଳୀର ବିକାଶ ହେଲେ ବେକାରୀ ସମସ୍ୟା କିଛି ମାତ୍ରାରେ କମିବା ସହ ଲୋକଙ୍କ ପାଇଁ ମନୋରମ ପରିବେଶ ସୃଷ୍ଟି କରିବାର ସମ୍ଭାବନା ଢେର ଅଧିକ । ଏଥିପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାର ଆଵଶ୍ୟକତା ହୋଇପଡିଛି । ଏ ନେଇ ଆବାହକ ସନ୍ଦୀପ ପଟ୍ଟନାୟକ କହିଛନ୍ତି, " ପର୍ଯ୍ୟଟନ ଏକ ଶିଳ୍ପ ହୋଇଥିଲେ ମଧ୍ୟ ସାରା ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଏହା ଅବହେଳିତ । ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେଇ ଏହାର ବିକାଶ କରାଗଲେ ନିଯୁକ୍ତି ସୃଷ୍ଟି ହେବ ।

ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଘଟିବ । ପର୍ଯ୍ୟଟନ କ୍ଷେତ୍ରରେ ସଚେତନତନା କରିବା ସହ ଏହା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ । ଆସନ୍ତା ଯୁବ ଦିବସରେ ପର୍ଯ୍ୟଟନ ରଥ ସାରା ଉତ୍ତର ଓଡ଼ିଶାରେ ଭ୍ରମଣ କରାଯିବ । ଅନେକ ପର୍ଯ୍ୟଟନ କ୍ଷେତ୍ରକୁ ଗମନାଗମନର ସୁବିଧା ନାହିଁ, ରହଣି ଓ ଯାତାୟାତର ସୁବିଧା ନଥିବା ଦେଖିବାକୁ ମିଳିଛି । ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଅର୍ଥ ବ୍ୟୟ କରିବା ଆବଶ୍ୟକ ।" ତେବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କ ନିକଟରେ ପରିଷଦ ପକ୍ଷରୁ ଏହି ଦାବି ଗୁଡ଼ିକ ରଖାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.