ETV Bharat / city

ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼, ନିର୍ବାଚନ ପାଇଁ ଅପହରଣ ସନ୍ଦେହ - ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼ ଘଟଣା

ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ବେଶ ସରଗରମ ହେବାକୁ ଲାଗିଲାଣି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ନିର୍ବାଚନୀ ଉଷ୍ଣତା ଢେର ଅଧିକ ଦେଖିବାକୁ ମିଳିଛି । ଜଣେ ବିଧବା ମହିଳାଙ୍କୁ ଅପହରଣ କରାଯାଇଥିବା ଘଟଣାର ନୂଆମୋଡ଼ ଦେଖିବାକୁ ମିଳିଛି । ଏହା ରାଜନୈତିକ ଛକାପଞ୍ଝା ଚାଲିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

s
ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼
author img

By

Published : Jan 19, 2022, 10:45 AM IST

ବାଲେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଉଷ୍ଣତା ବୃଦ୍ଧି ପାଇଲାଣି । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ବେଶ ସରଗରମ ହେବାକୁ ଲାଗିଲାଣି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ନିର୍ବାଚନୀ ଉଷ୍ଣତା ଢେର ଅଧିକ ଦେଖିବାକୁ ମିଳିଛି । ଜଣେ ବିଧବା ମହିଳାଙ୍କୁ ଅପହରଣ କରାଯାଇଥିବା ଘଟଣାର ନୂଆମୋଡ଼ ଦେଖିବାକୁ ମିଳିଛି । ଏହା ରାଜନୈତିକ ଛକାପଞ୍ଝା ଚାଲିଥିବା ସନ୍ଦେହ କରାଯାଉଛି ।

ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼
ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼
ସୂଚନା ଅନୁସାରେ, ଗୋବିନ୍ଦପୁର ପଞ୍ଚାୟତର ଜଣେ ଆଦିବାସୀ ବିଧବା ମହିଳାଙ୍କୁ 17 ତାରିଖ ରାତିରେ ତିନିଜଣ ଯୁବକ ବୋଲେରୋ ଦ୍ୱାରା ଅପହରଣ କରିଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଅନ୍ୟ ଦଳ ତରଫରୁ ଖଇରା ଥାନାରେ ଅନ୍ୟ ଏକ ଅଭିଯୋଗ କରାଯାଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ, ପଞ୍ଚାୟତ ନିର୍ବାଚନରେ 9ନଂ ୱାର୍ଡସଭ୍ୟା ପାଇଁ ମାଳ ସୋରେନଙ୍କୁ ଦଳ ସ୍ଥିର କରିଥିଲା । ମାତ୍ର ନୋମିନେସନର ଗୋଟିଏ ଦିନ ପୂର୍ବରୁ ମାଳଙ୍କ ପତ୍ତା ମିଳି ନଥିଲା । ଏନେଇ ଅପହରଣ ଅଭିଯୋଗ ଆସିଥିବା ଯୁବକ ଅଜିତ ରାଉତ, ଟୁକୁନ ରାଉତ ଓ ବିଦ୍ୟାଧର ବେହେରା ମାଳଙ୍କୁ ଖୋଜିବା ପାଇଁ ତାଙ୍କ ସାହିରେ ପହଞ୍ଚିଥିଲେ ।

ଆହୁରି ପଢନ୍ତୁ...ବିଧବା ମହିଳାଙ୍କୁ ଅପହରଣ ଅଭିଯୋଗ

ମହିଳାଙ୍କୁ ସାଙ୍ଗରେ ଧରି ମାଳଙ୍କ ସମ୍ପର୍କୀୟ ଘର କୁରୁଣ୍ଟା ଅଞ୍ଚଳକୁ ଖୋଜିବାକୁ ଯାଇ ପୁଣି ସୁମତିଙ୍କୁ ଘରେ ଛାଡିଥିଲେ। ମାତ୍ର ସୁମତି ଘରେ ପହଁଚିବା ପରେ ତାଙ୍କୁ ଅନ୍ୟ 6 ଜଣ ଯୁବକ ଶ୍ରୀକାନ୍ତ ରାଉତ, ରମାକାନ୍ତ ମହାନ୍ତି, ଅଜିତ ମହାନ୍ତି, ପପୁ ମହାନ୍ତି, ବାଣ୍ଠୁ ସେଠୀ ଓ ଲକ୍ଷ୍ମୀକାନ୍ତ ରାଉତ ତାଙ୍କୁ ଜାଣିଶୁଣି ଅଜ୍ଞାତବାସରେ ରଖିଥିବା ଅଭିଯୋଗ ହୋଇଛି। ଏହି 6 ଜଣ ଯୁବକଙ୍କ ନାମରେ ଖଇରା ଥାନାରେ ଏତଲା ଦିଆଯାଇଛି । ତେବେ ନିର୍ବାଚନ ପୂର୍ବରୁ ଏମିତି ଅଭିଯୋଗ ଆସିବା ପରେ ଖଇରା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.