ବାଲେଶ୍ଵର: ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ନେଇ ସ୍ଥାନ ପରିବର୍ତ୍ତନ ଯୋଗୁଁ ବିକ୍ଷୋଭରତ ଅଞ୍ଚଳବାସୀ । ଏନେଇ ବାଲେଶ୍ବର ଜିଲ୍ଲା ଅଧିନ ବାହାନଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାହାନଗା ସଚେତନ ନାଗରିକ ମଞ୍ଚର ସଦସ୍ୟ ମାନେ ଧାରଣାରେ ବସିଛନ୍ତି ।
ହେଲେ ପ୍ରସ୍ତାବିତ ଜମି ଗ୍ରାମ୍ୟ ଜଙ୍ଗଲ କିସମ ହୋଇଥିବାରୁ ପ୍ରଶାସନିକ ଟିମ ଷଠି ପରିବର୍ତ୍ତେ ଗୋପାଳପୁର ପଞ୍ଚାୟତ ଜାଗେଶ୍ୱରପଦା ଠାରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରିଥିଲେ । ତେବେ ଏହାକୁ ବାହାନଗା ସଚେତନ ନାଗରିକ ମଞ୍ଚ ଘୋର ବିରୋଧ କରିଛି । ନାଗରିକ ମଞ୍ଚ ତରଫରୁ ପ୍ରଶାସନିକ ନିଷ୍ପତ୍ତିର ପୁନର୍ବିଚାର କରି ଷଠିରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇଛି ।
ଏହାକୁ ନେଇ ଶୁକ୍ରବାର ବାହନଗା ବଜାର ବନ୍ଦ କରିବା ସହ ଏକ ଶୋଭାଯାତ୍ରାରେ ବାହାରି ମଞ୍ଚ ପକ୍ଷରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେପଟେ ଶୋଭାଯାତ୍ରା ବେଳେ ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ଆଉ ଏହି ସମୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଧାରଣାକାରୀଙ୍କ ନିକଟରେ ପହଞ୍ଚି ଏହି ଘଟଣାକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ