ବାଲେଶ୍ବର: ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ 12 ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ଗ୍ରାମରେ।
ଅଭିଯୋଗ ଅନୁସାରେ, ଟୁନା ସାହାଣୀଙ୍କ ପୁଅ ଅମିତଙ୍କ ବାନ୍ତି ହେବାରୁ ତାଙ୍କୁ ଅଡ଼ା ବଜାରରେ ଥିବା ଏକ ଘରୋଇ ମେଡ଼ିସିନ ଷ୍ଟୋରକୁ ପରିବାର ଲୋକେ ନେଇଥିଲେ ।
ସେଠାରେ ଅମିତଙ୍କୁ ଏକ ଇଞ୍ଜେକ୍ସନ ଦେବାପରେ ସେ ଶୋଇଯାଇଥିଲେ। ଦୀର୍ଘ ସମୟ ଧରି ଅମିତ ନଉଠିଥିବାରୁ ତାଙ୍କୁ ସିମୁଳିଆ ମେଡ଼ିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ପରିବାର ଲୋକେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଅମିତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉକ୍ତ ମେଡ଼ିସିନ ଷ୍ଟୋର ନାଁରେ ସିମୁଳିଆ ଥାନାରେ ଏତଲା ଦେଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ